Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଳେ ଆତଙ୍କି ଗୁଳିରେ ଟଳୁଥିଲେ ଲୋକେ, ଉପରେ ଜିପଲାଇନ ବଞ୍ଚାଇଦେଲା ଜୀବନ…

ଶ୍ରୀନଗର: ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ନୂତନ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଜିପ୍ଲାଇନ୍ କ୍ୟାମେରାରେ ଆତଙ୍କବାଦୀମାନେ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଗୁଳି ଚାଳନା ଶବ୍ଦ ମଧ୍ୟ ଶୁଣାଯାଉଛି।

ଜିପଲାଇନିଂ କରୁଥିବା ପର୍ଯ୍ୟଟକ ରିଷି ଭଟ୍ଟ ଦାବି କରିଛନ୍ତି ଯେ ତାଙ୍କ ଅପରେଟର ଜିପଲାଇନିଂ କରିବା ସମୟରେ “ଆଲ୍ଲାହ ହୁ ଆକବର” ବୋଲି ଚିତ୍କାର କରିଥିଲେ। ପର୍ଯ୍ୟଟକଙ୍କ ଏହି ଦାବି ସମ୍ପର୍କରେ ଜାତୀୟ ତଦନ୍ତ ସଂସ୍ଥା (NIA) ଜିପ୍ ଲାଇନ ଅପରେଟରଙ୍କୁ ପଚରାଉଚରା କରିପାରେ ବୋଲି ଜଣାପଡିଛି। ରିଷି ତାଙ୍କ ପରିବାର ସହିତ ପହଲଗାମର ବୈସାରଣ ଉପତ୍ୟକା ପରିଦର୍ଶନ କରିବାକୁ ଯାଇଥିଲେ। ସେ ଜିପ୍ ଲାଇନିଂ କରୁଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା।

ରିଷି କହିଛନ୍ତି ଯେ ଆକ୍ରମଣ ପ୍ରାୟ ଅପରାହ୍ନ ୨:୩୦ ସମୟରେ ହୋଇଥିଲା। ସେ ଜିପ୍‌ଲାଇନ୍‌ରେ ଥିବା ସମୟରେ ଗୁଳି ଚାଳନା ଶବ୍ଦ ଆସିବାକୁ ଲାଗିଲା। ଭିଡିଓରେ, ଜିପଲାଇନ୍ ଅପରେଟର ପର୍ଯ୍ୟଟକ ରିଷି ଭଟ୍ଟଙ୍କୁ ଛାଡ଼ିବା ପୂର୍ବରୁ ତିନିଥର “ଆଲ୍ଲାହ ହୁ ଆକବର” ଏବଂ ତା’ପରେ “ବିସମିଲ୍ଲାହ” କହୁଥିବାର ଦେଖାଯାଉଛି। ପର୍ଯ୍ୟଟକ ଜଣକ ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କୁ ଜିପ୍ ଲାଇନ ପାଇଁ ଛାଡି ଦିଆଯାଇଥିଲା, ଗୁଳି ଶବ୍ଦ ଶୁଣି ଅପରେଟର ଇସଲାମିକ୍ ସ୍ଲୋଗାନ ଦେଇଥିଲେ ଏବଂ ତା’ପରେ ତାଙ୍କୁ ଆଗକୁ ପଠାଇ ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ ସେଠାରେ ସବୁକିଛି ସ୍ୱାଭାବିକ ଥିଲା, ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୌଣସି ଧାରଣା ନଥିଲା।ଜିପ୍ ଲାଇନିଂ କରି ସେ ତାଙ୍କର ଭିଡିଓ ରେକର୍ଡିଂ କରୁଥିବା ସମୟରେ ସେ ଗୁଳି ଚଳାଇବାର ଶବ୍ଦ ଶୁଣିଲେ। ମୁଁ ପରେ ଜିପଲାଇନକୁ ଅଧାରେ ଅଟକାଇଲି। ସେ ସମୟରେ ମୁଁ ତଳୁ ୧୮ ଫୁଟ୍ ଉଚ୍ଚରେ ଥିଲି। କିନ୍ତୁ ଯେଉଁଠି ଜିପ୍ଲାଇନ୍ ସରୁଥିଲା ସେ ପାର୍ଶ୍ଵରୁ ଗୁଳି ଫୁଟୁଥିଲା। ତେଣୁ ମୁଁ ଜିପଲାଇନକୁ ଅଧାରେ ଅଟକାଇ ତଳକୁ ଡେଇଁ ନିଜ ପିଲା ଓ ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ