ଓଡ଼ିଶା ଡଟ୍ ନ୍ୟୁଜ୍: ଅକ୍ଷୟ ତୃତୀୟାରେ ସୁନା ବଜାରରୁ ଆସିଲା ଖୁସି ଖବର । ପୁଣି କମିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭ ହଜାର ୯୭୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ଏହାର ମୂଲ୍ୟ ୬୦ଟଙ୍କା ହ୍ରାସ ପାଇବା ସହ ୯୭ ହଜାର ୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦ଟଙ୍କା ହ୍ରାସ ଘଟି ୮୯ ହଜାର ୭୫୦ ଟଙ୍କା ହୋଇଛି ।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୯୭୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦ ଟଙ୍କା ହ୍ରାସ ପାଇବା ୯୭,୯୧୦ ୦ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।
ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି । ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ଦେଇଥାନ୍ତି ।