କଳାହାଣ୍ଡି:୩୦/୦୪
ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୨୪ ତମ ଫାଉଣ୍ଡେସନଡେ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ,କଳାହାଣ୍ଡି ଶ୍ରୀ ପବିତ୍ର ମୋହନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ବିରେନ୍ଦ୍ର ଆଚାର୍ଯ୍ୟ ସଂଯୋଜକ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ , କଳାହାଣ୍ଡି, ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଡି.ବିଜୟା , ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ବିବିଏ ବିସିଏ ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଆଦିତ୍ୟ ପଟ୍ଟନାୟକ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡ଼ ଆଦିତ୍ୟ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥିଗଣ ଦୀର୍ଘ ୨୪ ବର୍ଷର ଜୟଯାତ୍ରା ଓ ଅଭିଜ୍ଞତା କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । କୌଣସି ଅନୁଷ୍ଠାନ ନିଜର ଆନୁଷଙ୍ଗିକ ବ୍ୟବସ୍ଥା ଓ ସମସ୍ତଙ୍କ ସହଯୋଗ, ଦାୟିତ୍ଵ ଓ ସମର୍ପଣ ଭାବ ଦ୍ଵାରା ଆଗକୁ ବଢ଼ିଥାଏ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଦର୍ଶାଇ ଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅଣ ଶୈକ୍ଷିକ କର୍ମଚାରୀଙ୍କୁ ଉପହାର ପ୍ରଦାନ ସହ ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଛ, ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ଥିଲା ।ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ଅଧ୍ୟକ୍ଷା ଆରତି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା ।
ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୨୪ ତମ ଫାଉଣ୍ଡେସନଡେ ପାଳିତ ।
