ବିପୁଳ ମଦ ଓ ବାଣ ଜବତ

ବୀରମହାରାଜାପୁର : ବୀରମହାରାଜାପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ଥାନା ର ତେନ୍ତୁଳି ଖୋଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ପନ୍ଦର କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ପଚାଶ ଲିଟର ମହୁଲି ମଦ ଜବତ କରିଛି l ଏଥି ସହିତ ବେଆଇନ ଭାବେ ମଦ ର ସୁରକ୍ଷା ପାଇଁ ଖଞ୍ଜା ଯାଇଥିବା ପାଞ୍ଚୋଟି ହାତ ତିଆରି ବାଣ ଜବତ କରି ନିଷ୍କ୍ରିୟ କରାଯାଇଛି l ଏହିଭଲି ପରିସ୍ଥିତିରେ ଘଟଣା ସ୍ଥଳରୁ ମଦ ବେପାରୀ ଖସି ପଳେଇଛି l ଏହି ତେନ୍ତୁଳିଖୋଲ ଜଙ୍ଗଲରେ ନିୟମିତ ବେଆଇନ ଭାବେ ମହୁଲି ମଦ କାରବାର ହୋଇ ଆସୁଛି l ସ୍ଥାନୀୟ କିଛି ଅପରାଧିକ ବ୍ୟକ୍ତି ଏଥିରେ ସାମିଲଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ବ୍ୟବସାୟ କରି ଆସୁଛନ୍ତି l ଜଙ୍ଗଲ ଭିତରେ ମାଟି ତଳେ ମହୁଲ ପୋଚ କୁ ପୋତିବା ସହ ଜଙ୍ଗଲି ଜନ୍ତୁଙ୍କ କବଳରୁ ସୁରକ୍ଷା ପାଇଁ ହାତ ତିଆରି ବାଣ ଖଞ୍ଜାଯାଇଥିବା ସୂଚନା ମିଳିଛି l ଅବକାରୀ ଉପନିରିକ୍ଷକ ସୁମିତ୍ରା ହେମ୍ରମ ଙ୍କ ନେତୃତ୍ଵରେ ଏ ଏସ୍ ଆଇ ନିରଞ୍ଜନ ଦାଶ, ଉଃରବି ମାଝୀ, ସୀତାରାମ୍ ପଧାନ, ଗୋପାଳ ଝାଙ୍କର ପ୍ରମୁଖ ଚଢାଉ ରେ ସାମିଲଥିଲେ l