ମ୍ୟାଟ୍ରିକ ପରୀକ୍ଷାରେ ଅସ୍ତରଙ୍ଗ ରେ ୪ ଏ ୱାନ


ଅସ୍ତରଙ୍ଗ,,ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ, ଅସ୍ତରଙ୍ଗ, ସୁନ୍ଦର୍, ପାଟଳଦା, ବନ୍ତିଲୋ,ଓ ୟାଇଶାନେଶ୍ୱର୍ ବିଦ୍ୟାପୀଠ, ଅଠତିରା ରେ ହୋଇଥିବା ୫ ଗୋଟି ପରୀକ୍ଷା କେନ୍ଦ୍ର ରେ ପ୍ରାୟ,୧୦୦୦ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିଲେ । ସେଥି ମଧ୍ୟରୁ ମହାବୀର ବିଦ୍ୟାପୀଠ,ଖଣ୍ଡାଶାହି ର ଛାତ୍ରୀ ବିଦ୍ୟାଶ୍ରୀ ଦାସ୫୬୧ ନମ୍ୱର୍ ରଖି ବ୍ଲକ ଅଞ୍ଚଳରେ ,ପ୍ରଥମ ହୋଇ ଥିବା ବେଳେ,ବେଳାଭୂମି ହାଇ ସ୍କୁଲ ର ଛାତ୍ର ହିମାଂଶୁ ପରିଡ଼ା,୫୬୦ ନମ୍ବର ରଖି ଦ୍ୱିତୀୟ,ସ୍ଥାନ ଅଧିକାର କରିଛନ୍ତି। ସେହି ପରି,ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ଛାତ୍ର ଅୟଶ ରାଜ ବେହେରା ୫୫୭ ନମ୍ୱର୍ ରଖି ତୃତୀୟ ଓ ଆର୍ତ୍ତତ୍ରାଣ ବିଦ୍ୟାପୀଠ ବରାଙ୍ଗ ର ଛାତ୍ରୀ ଶୋନାଲିକା ମହାନ୍ତି୫୪୯ ନମ୍ୱର୍ ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । କ୍ରମାଗତ ଭାବେ,ବେଳାଭୂମି ହାଇ ସ୍କୁଲ ଛୁରୀୟାନା ର, ଛାତ୍ର ଛାତ୍ରୀ ମାନେ ବ୍ଲକ ଅଞ୍ଚଳ ରେ ଭଲ ରେଜଲ୍ଟ ପ୍ରଦର୍ଶନ କରୁ ଥିବାରୁ ଏହି ବିଦ୍ୟାଳୟ ର ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ପାଳ,ବିଦ୍ୟାଳ ନିକଟରେ କୃତଜ୍ଞତା ଜଣାଇଛନ୍ତି ।