Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରଜରାଜନଗର ୨ନଂ କୂଳତାପଡ଼ା ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଉଦଯାପିତ

ଝାରସୁଗୁଡା ୪/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଦୁଇ ନମ୍ବର କୁଲତାପଡ଼ାରେ ଚାଲିଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଏକ ଶୋଭାଯାତ୍ରାରେ ଯାଇ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ବିଧି ଅନୁସାରେ ସ୍ଥାପନ ପରେ ଶୁଭ ଅଧିବାସ ପୂଜା କରା ଯାଇଥିଲା । ଶନିବାର ସକାଳ ୯ ଘଟିକାରୁ ନାମ ଜପନ ଆରମ୍ଭ ହୋଇ ଆଜି ରବିବାର ପୂର୍ଣ୍ଣାହୁତି, ନଗର ଭ୍ରମଣ, ଦଧିଭାଣ୍ଡ ଭଞ୍ଜନ ପରେ ନାମ ସମାପନ ହୋଇଥିଲା। ଏଥିରେ ପଣ୍ଡିତ ସହଦେଵ ମିଶ୍ର ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ଅମରେଶ ଚନ୍ଦ୍ର ବଢ଼ାଇ ଓ ପତ୍ନୀ ରଞ୍ଜିତା ବଢ଼ାଇ ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନା କରିଥିଲେ । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ନଗର ସଂକୀର୍ତ୍ତନ କରିଥିଲେ । ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ଗୌରାଙ୍ଗ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ବ୍ରଜରାଜନଗର ଦୁଇ ନମ୍ବର କୂଳତାପଡା ବାସୀଙ୍କ ତରଫରୁ ସମସ୍ତ ଭକ୍ତବୃନ୍ଦଙ୍କୁ ମହା ପ୍ରସାଦ ବଣ୍ଟନ କରା ଯାଇଥିଲା ।

More Stories