Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଲାନ୍ତ ପରିଶ୍ରମ କରିଛୁ, ଝାରସୁଗୁଡାରେ କଂଗ୍ରେସ ନିଶ୍ଚୟ ଜିତିବ; ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ସରିଛି ଝାରସୁଗୁଡା ଉପ-ନିର୍ବାଚନ। ଫଳାଫଳକୁ ଅପେକ୍ଷା। ଏଥର ଝାରସୁଗୁଡାରେ ତ୍ରିମୁଖ ଲଢେଇ ହୋଇଛି। ଏସବୁ ଭିତରେ କିଏ ବିଜୟ ହାସଲ କରିବ ସେନେଇ ଚାଲିଛି ଅଙ୍କକଷା। ତିନି ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଲାଗିଛି କଡା ଟକ୍କର। ତେବେ ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଝାରସୁଗୁଡାରେ ଆମେ ଅକ୍ଲାନ୍ତ ପରିଶ୍ରମ କରିଛୁ, ଆଶା ଅଛି ଝାରସୁଗୁଡାରେ କଂଗ୍ରେସ ଜିତିବ । ବ୍ଲକ,ପଞ୍ଚାୟତସ୍ତରରେ କର୍ମୀ ମାନେ ବହୁତ ପରିଶ୍ରମ କରିଛନ୍ତି । ସବୁ ନିର୍ବାଚନକୁ ଯେମିତି ଅନ୍ୟ ଦଳ ସହଜ ବୋଲି ଭାବୁଥିଲେ । ଏହି ନିର୍ବାଚନ ସେଭଳି ସହଜ ହୋଇନି । ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ କମ୍ ରହିବ । କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଆଶା ରହିଛି । ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ନିର୍ବାଚନକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଜନାଦେଶ ବିଜେଡି ସପକ୍ଷରେ ଅଛି। ଦୀପାଳିଙ୍କ ଉପରେ ଲୋକଙ୍କ ଆର୍ଶୀବାଦ ଅଛି, ସେ ନିଶ୍ଚୟ ଜିତିବେ।

ଏଥର ନିର୍ବାଚନରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଥିବା ମଧ୍ୟ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ