ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକ ଆଜି ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି l ବୁଧବାର ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ବୀରମହାରାଜପୁର ବିଧ୍ୟାୟକ ଇଂ ରଘୁନାଥ ଜଗଦଲା ଯୋଗଦେଇ ବିକାଶ କୁ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିଥିଲେ l ଉକ୍ତ ବୈଠକ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ଜୋନ ୨ ର ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ସାଂସଦ ଙ୍କ ପ୍ରତିନିଧି ନଳିନୀ ପଣ୍ଡା , ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା , ଏ ବିଡ଼ିଓ ପୁରୁଷୋତ୍ତମ ଧରୁଆ , ବିଜୁଳି ବିବାଗ ର ଏସ ଡି ଓ ସୌମ୍ୟ ରଞ୍ଜନ, ଜଙ୍ଗଲ ବିଭାଗ ର ଏସ ସି ଏଫ ଅବିନାଶ ବେରିହା , ପ୍ରାଣୀ ଚିକିତ୍ସାଲୟ ଡାକ୍ତର ଆକାଶ , ସମସ୍ତ ସରପଞ୍ଚ , ସମିତି ସଭ୍ୟ , ସଭ୍ୟା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଉକ୍ତ ବୈଠକ ରେ ସମସ୍ତ ବିଭାଗ ଅଧିକାରୀ ଯୋଗଦେଇଥିଲେ l
ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ
