Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଇଡି ବିସ୍ଫୋରଣରେ ୧୨ ପାକ୍ ସେନା ମୃତ

କରାଚି: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି। ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ଗତକାଲି ବୁଧବାର ଦିନ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା।

ଏବେ ବାଲୁଚ୍ ଲୋକମାନେ ମଧ୍ୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛନ୍ତି। ବିଏଲଏ ଏକ ଆଇଇଡି ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ବାଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ବ୍ୟବହାର କରି ଏକ ବଡ଼ ବିସ୍ଫୋରଣ କରିଥିଲା।

ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୈନିକମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା।ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କାଛି ଜିଲ୍ଲାର ମାଚ୍ ଅଞ୍ଚଳରେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରେ ଆଇଇଡି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣ ମଙ୍ଗଳବାର ଦିନ କରାଯାଇଥିଲା। କିନ୍ତୁ ଆକ୍ରମଣର ଫୁଟେଜ୍ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି।

ତେବେ ଫୁଟେଜରେ ଦେଖାଯାଉଛି ଯେ ବିସ୍ଫୋରଣ ପରେ ଗାଡ଼ିରେ ବସିଥିବା ସୈନିକମାନେ ଆକାଶରେ କିଛି ମିଟର ଉଡ଼ିଥିଲା। ସୈନିକମାନେ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ