Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ୮ ହଜାର ‘X’ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ଗୁରୁବାର ଦେଶରେ ୮ ହଜାର ଆକାଉଣ୍ଟ ବନ୍ଦ କରିଦେଇଛି। ସରକାର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବା ପରେ X ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଆକାଉଣ୍ଟ ବନ୍ଦ କରିବା ପରେ X ଏକ ବିବୃତ୍ତିରେ କହିଛି ଯେ ସରକାରଙ୍କଠାରୁ ଏହି ସମ୍ପର୍କରେ ନିର୍ଦ୍ଦେଶ ମିଳିଛି। କମ୍ପାନୀ ଏହା ମଧ୍ୟ କହିଛନ୍ତି ଯେ ସରକାର ୮ ହଜାର ଆକାଉଣ୍ଟକୁ ବ୍ୟାନ୍ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି ନ କରିବା କ୍ଷେତ୍ରରେ କମ୍ପାନୀ ଉପରେ ଦଣ୍ଡ ଲାଗୁ ହୋଇପାରେ।

ତେବେ କମ୍ପାନୀ ତା’ର ବିବୃତ୍ତିରେ ଆହୁରି ମଧ୍ୟ କହିଛି ଯେ ଏହି ଆକାଉଣ୍ଟଗୁଡ଼ିକ କେବଳ ଭାରତରେ ବ୍ୟାନ୍ କରାଯିବ। ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ