Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁରର ରାଜ୍ୟ ପୁରସ୍କାର ପ୍ରାପ୍ତ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ଵର୍ଦ୍ଧନା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହରେ ରାଜ୍ୟର ପୁରସ୍କାର ପ୍ରାପ୍ତ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଙ୍କ ସମେତ ପୂର୍ବରୁ ମଧ୍ୟ ରାଜ୍ୟ ପୁରସ୍କାର ପାଇଥିବା ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବରୁ ରାଜ୍ୟ ପୁରସ୍କାର ପାଇଥିବା ବୀରମହାରାଜପୁରର ବାଳକ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭୁଷଣ ପାତ୍ର, ବିଜ୍ଞାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ,ଲକ୍ଷ୍ମିନାରାୟଣ ସାହୁ ଙ୍କ ସମେତ ଚଳିତ ବର୍ଷ ରାଜ୍ୟ ପୁରସ୍କାର ପାଇଥିବା ବୀରମହାରାଜପୁର ବାଳକ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣ ,ଶିକ୍ଷକ ମେଘନାଦ ଭୋଇ ପ୍ରମୁଖଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବୀରମହାରାଜପୁରର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଲା ପୂର୍ବତନ ଉଚ୍ଚ ଶିକ୍ଷା ପରାମର୍ଶଦାତା ତଥା ବୀରମହାରାଜପୁରର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ ବିଶିଷ୍ଟ ଅତିଥି ଏବଂ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ,ବ୍ଲକ ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବାବେଳେ ମତବ୍ୟକ୍ତ କରି ଉପସ୍ଥିତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଙ୍କୁ ଉତ୍ସାହିତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଖବରଦାତା ରବୀନ୍ଦ୍ର କୁମାର ହୋତା, କିଶୋର କୁମାର ହୋତା, ଆଞ୍ଚଳିକ ଧନୁଯାତ୍ରା କମିଟିର ସଭାପତି ସତ୍ୟଞ୍ଜିବ ମିଶ୍ର ଓ ନୂତନ ପେନସନ ଭୁକ୍ତ ଶିକ୍ଷକ ସଙ୍ଘର ସମ୍ପାଦକ ଅକ୍ଷୟ କୁମାର ରାଏ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବୀରମହାରାଜପୁରର ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିଲେ। ଶେଷରେ ଶିକ୍ଷକ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟ କ୍ରମରେ ବୀରମହାରାଜପୁର ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହିତ ବହୁ ବୁଦ୍ଧିଜୀବୀ ଓ ଶତାଧିକ ଶିକ୍ଷକ ଯୋଗଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ