Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ଆସିବ ଝାରସୁଗୁଡା ନିର୍ବାଚନ ଫଳାଫଳ; କିଏ ମାରିବ ବାଜି?

ଝାରସୁଗୁଡା: ଆସନ୍ତାକାଲି ସବୁ ଅପେକ୍ଷାର ଅନ୍ତ ଘଟିବ। କାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । କିଏ ପିନ୍ଧିବ ବିଜୟ ମୁକୁଟ ଇଭିଏମ୍‌ ଖୋଲିବା ପରେ ଜଣାପଡ଼ିବ। ସକାଳ ୮ ଟାରୁ ହେବ ଭୋଟ୍‌ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ ।

ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲାଗିଛି କଡା ଟକ୍କର। ସବୁଠୁ ବଡ କଥା ଏହି ତ୍ରିମୁଖୀ ଲଢେଇରେ ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କରିଛି।

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବିଜେଡି ସପକ୍ଷରେ ଜନାଦେଶ ରହିଛି । ଦୀପାଳିଙ୍କ ପ୍ରତି ଲୋକଙ୍କ ଆଶୀର୍ବାଦ ରହିଛି, ସେ ହିଁ ବିଜୟୀ ହେବେ । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିଜ ଦଳକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦଳ ଅକ୍ଲାନ୍ତ ପରିଶ୍ରମ କରିଛି ନିଶ୍ଚୟ ଜିତିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ