Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପିସି ଏଣ୍ଡ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

ସୋନପୁର : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ସ୍ତରରେ ଗର୍ଭବତୀ ମାନେ କରାଉଥିବା ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ଏବଂ ଜନ୍ମ ଗତ ଲିଙ୍ଗ ଅନୁପାତ ବିଷୟରେ ଆଲୋଚନା ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଜିଲ୍ଲାରେ କନ୍ୟା ଶିଶୁ ଜନ୍ମ ହାର କମି ଯିବା ନେଇ ଉଦବେଗ ପ୍ରକାଶ କରି ଏହା ପାଇଁ ନିୟମିତ ଯାଞ୍ଚ କମିଟି ଦ୍ୱାରା ଯଥାପି ଯାଞ୍ଚ କରିବା ଓ ତଥ୍ୟ ଉପସ୍ଥାପନ କରିବା ପାଇଁ ଉଭୟ ଉପଖଣ୍ଡ ଉପଜିଲ୍ଲାପାଳମାନେ ନିଜ ଅଂଚଳର ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡିକର ନିୟମିତ ନିରୀକ୍ଷଣ କରିବା ନିର୍ଦେଶ ଦେଇଛନ୍ତି।ଜନସାଧାରଣ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏସଏଚଜି ଏବଂ ଜିକେଏସ ସଦସ୍ୟମାନେ ମିଳି ମିଶି କାର୍ଯ୍ୟ କରିବେ। ଏହାସହିତ ସମସ୍ତ ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ ପ୍ରାଚୀର ଵିଜ୍ଞାପନ ଲାଗିବା ସହିତ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ। ବୈଠକରେ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁ ସ୍ୱାଗତ ସମ୍ଭାଷଣ ସହିତ ବୈଠକର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏଲଏଆଇଏସ ଶୋଭନା ଦାଶ ପୂର୍ବବର୍ତ୍ତୀ ବୈଠକର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଏଡିପିଏଚଓ (ପରିବାର କଲ୍ୟାଣ) ଡ଼. ଦୈତ୍ୟ ନାରାୟଣ ପାଢ଼ୀ , ଡିଏମଓ ଡ଼. ଦୁର୍ଗାଦତ୍ତ ଦାଶ , ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟା ରୁପା ରଥ , ଅବସର ପ୍ରାପ୍ତ ଡ଼. ଶାନ୍ତି ମଞ୍ଜରୀ ମିଶ୍ର , ଡିଏସଡବ୍ଲୁଓ ଅନୁପମା ପଣ୍ଡା , ଡିପିଏମ ଏନଏଚଏମ ରୂପକ କୁମାର ମହାପାତ୍ର , ମଞ୍ଜୁଳା ମିଶ୍ର , ସମାଜସେବିକା , ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼.ପ୍ରକାଶ ଦଣ୍ଡସେନା, ଶିଶୁ ରୋଗ ବିଶେଷଜ୍ଞ ଡ଼. ଡି. କେ. ପୁରୋହିତ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ