Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା

ଝାରସୁଗୁଡ଼ା ୧୫/୦୫(ଓଡିଶା ନ୍ୟୁଜ) ଅପରେସନ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ବାହିନୀର ପରାକ୍ରମ ପ୍ରଦର୍ଶିତ ହୋଇଛି ବୋଲି ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା ଆଜି ସକାଳ ୮ ଟାରେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସରବାହାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ମୋଟର ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଭାରତୀୟ ସେନାବାହିନୀ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ବିଶ୍ୱରେ ନିଜର ସାହସ ଓ ପରାକାଷ୍ଠା ପ୍ରଦର୍ଶନ କରିଛି ବୋଲି କହିଥିଲେ। ବାଇକ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସହ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମାର ସ୍ମିଥ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜନସାଧାରଣ ଓ ସରକାରୀ ଅଧିକାରୀ ଓ କର୍ମଚାରୀ ବନ୍ଦେ ମାତରମ ଓ ଭାରତ ମାତା କୀ ଜୟ ନାରା ସହ ତ୍ରିରଙ୍ଗା ପତାକା , ଦେଶଭକ୍ତି ଗୀତ ଓ ପ୍ଲାକାର୍ଡ ସହିତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବେହେରାମାଲ କିଷାନ ଛକ, ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ଛକ,ଝଣ୍ଡା ଛକ ଓ ମନମୋହନ ସ୍କୁଲ ଅତିକ୍ରମ ସମୟରେ ବିପୁଳ ସଂଖ୍ୟାରେ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସମେତ ଜିଲ୍ଲାପାଳ ଅବୋଲି ସୁନୀଳ ନରୱଣେ, ଆରକ୍ଷୀ ଅଧିକ୍ଷକ ପି. ପରମାର ସ୍ମିଥ,ଜନ ପ୍ରତିନିଧି ଓ ସହସ୍ରାଧିକ ସଂଖ୍ୟାରେ ଜନ ସାଧାରଣ ବାଇକରେ ସହର ପରିକ୍ରମା କରିଥିଲେ।

More Stories