ବୀରମହାରାଜପୁର- ଅମରପାଲି ପୂର୍ତ୍ତବିଭାଗ ରାସ୍ତା ଘୁଙ୍ଗିନାଳ ରେ ପୋଲ ନିର୍ମାଣ ର ଅଗ୍ରଗତି ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କଲେ ବିଧାୟକ ଇଂ ରଘୁନାଥ ଜଗଦଳl


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର- ଅମରପାଲି ପୂର୍ତ୍ତବିଭାଗ ରାସ୍ତାର ମେଣ୍ଡିଲିପାଲି ନିକଟ ଘୁଙ୍ଗିନାଳ ଠାରେ ପୋଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଗୁରୁବାର ଅପରାହ୍ନ ୨ଘଣ୍ଟା ସମୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଇଂ ରଘୁନାଥ ଜଗଡାଲା l ସୂଚନା ଅନୁସାରେ ଘୁଙ୍ଗିନାଳ ଉପରେ ପ୍ରତ୍ୟେହ ଶହ ଶହ ଯାନ ବାହନ ଯାତାୟତ କରିଥାଏ l ହେଲେ ବର୍ଷା ସମୟରେ ଘୁଙ୍ଗିନାଳ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଥାଏ l ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକକୁ ଅବଗତ କରାଇଥିଲେ l ତେବେ ବିଧାୟକ ସମସ୍ୟା କୁ ଗୁରୁତ୍ବର ସହ ନେଇ ଆଜି ଭୁବନେଶ୍ୱର ଠାରେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଘୁଙ୍ଗି ନାଳ ଉପରେ ପୋଲ ନିର୍ମାଣ ନେଇ ଆଲୋଚନା କରିଥିଲେ l ଯଥାଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି l ତେବେ ଘୁଙ୍ଗି ନାଳ ଉପରେ ପୋଲ ନିର୍ମାଣ ହେବକୁ ଯାଉଥିବାରୁ ଅଞ୍ଚଳରେ ଖୁସୀର ଲହରୀ ଖେଳି ଯାଇଛି ଓ ସମସ୍ତେ ବିଧାୟକଙ୍କୁ ସାଧୁବାଦ୍ ଜଣାଇଛନ୍ତି l