Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ବିରୋଧରେ ଟ୍ୱିଟ କରି ଫସିଲେ କଙ୍ଗନା ରାଣାୱତ, ଆଲୋଚନା ପରେ ପୋଷ୍ଟ ଡିଲିଟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଣ୍ଡି ବିଜେପି ସାଂସଦ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ। କାରଣ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପୋଷ୍ଟ କରିଥିଲେ।

ତେବେ ସେ ଭାରତରେ ଆପଲ୍ ଫୋନ୍ ନିର୍ମାଣ ସମ୍ପର୍କରେ ଟ୍ରମ୍ପ ଦେଇଥିବା ବୟାନକୁ ସମାଲୋଚନା କରିଥିଲେ। ପ୍ରକୃତରେ ଟ୍ରମ୍ପ ଗୁରୁବାର କହିଥିଲେ ଯେ ମୁଁ ଚାହେଁ ନାହିଁ ଯେ ଆପଲ୍ ଫୋନ୍ ଭାରତରେ ତିଆରି ହେଉ। ମୁଁ ଆପଲ୍ ସିଇଓ ଟିମ୍ କୁକ୍‌ଙ୍କୁ କହିସାରିଛି ଯେ ଉତ୍ପାଦନ ଆମେରିକାରେ ହେବା ଉଚିତ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଟ୍ରମ୍ପଙ୍କ ଚିନ୍ତାଧାରାକୁ ଦାୟିତ୍ୱହୀନ ଏବଂ ସୀମିତ ଦୃଷ୍ଟିକୋଣ ବୋଲି କହି ସମାଲୋଚନା କରିଥିଲେ। ପୋଷ୍ଟଟି ପ୍ରସାରିତ ହେବା ପରେ ବିଜେପି ନେତୃତ୍ୱ ଅସହଜ ମନେ ହେଉଥିବା ଭଳି ଲାଗୁଥିଲେ।

ବିଜେପି ସାଂସଦ କଙ୍ଗନା କହିଛନ୍ତି, ମୁଁ ମୋର ବ୍ୟକ୍ତିଗତ ମତାମତ ପୋଷ୍ଟ କରିଥିବାରୁ ଦୁଃଖିତ । ନିର୍ଦ୍ଦେଶ ଅନୁଯାୟୀ, ମୁଁ ତୁରନ୍ତ ଏହି ପୋଷ୍ଟକୁ ମୋ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ମଧ୍ୟ ହଟାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ