ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ଅଷ୍ଟମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ଆଜି ଦିବା ୧୦ ଘଣ୍ଟା ସମୟ ରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ଅଷ୍ଟମ ସାଧାରଣ ପରିଷଦ ବୈଠକ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଓଡିଶା ଜୀବିକା ମିଶନ ବୀରମହାରାଜପୁର ର ବିପିଏମ୍ ଭାବେ କାର୍ଯ୍ୟରତ ରମାକାନ୍ତ ହରିପାଲ୍ ଓ ମିଶନ ଶକ୍ତି ବୀରମହାରାଜପୁର ର ବିପିସି ଭାବେ କାର୍ଯ୍ୟରତ ଶାନ୍ତନୁ ମେହେର ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ I ପଂଚାୟତ ର ସମିତି ସଭ୍ୟା ଲିଲି ମେହେର , ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ସୁବଳୟା ର ଶାଖା ପରିଚାଳକ ପତିତପାବନ ସୁବୁଦ୍ଧି, ପୂର୍ବତନ ପେକ୍ସ ସଭାପତି ଲଳିତ ମୋହନ ପାତ୍ର, ସଂଘ ର ସଭାନେତ୍ରୀ ମୀରା ବାରିକ୍ ଓ ସଂପାଦିକା ମାଧୁରୀ ମେହେର, ବିପିଏ ରାଜୁ ଡୁଗଡୁଙ୍ଗ , ଡିଇଓ ପ୍ରଫୁଲ୍ଲ ବାରିକ୍ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ । ସଂଘ ର ଦକ୍ଷ ନଥିପତ୍ର ପରିଚାଳିକା ବବିତା ରାଣୀ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ l ଦୀର୍ଘ ସାତ ବର୍ଷ ଧରି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ସମସ୍ତ ପ୍ରକାର ଆର୍ଥିକ ଏଵଂ ଅଣ ଆର୍ଥିକ ବିବରଣୀ ଉପରେ ଏକ ତଥ୍ୟ ପ୍ରଦାନ କରିଥିଲେ । ପରେ ମୋଟ୍ ୭ ଟି ବିଷୟ ରେ ୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏଵଂ ୬ ଜଣ ସଭ୍ୟା ଙ୍କୁ ମାନପତ୍ର ଦେବା ସହ ୧୧ ଜଣ କମ୍ୟୁନିଟି ସୋପୋର୍ଟ ଷ୍ଟାଫ୍ ଓ ୧୮ ଜଣ ଇସି ସଭ୍ୟା ଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଓ ଏଲ ଏମ ଓ ମିଶନ ଶକ୍ତି ବିଭାଗ ବୀରମହାରାଜପୁର ର ସମସ୍ତ ଅଧିକାରୀ , ଇସି ସଭ୍ୟା ଓ ସି.ଆର୍.ପି ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିବା ହେତୁ ସଂଘ ର ସଭାନେତ୍ରୀ ମୀରା ବାରିକ୍ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଥିଲେ।