Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ ସିନ୍ଦୁର କୁ ସମର୍ଥନ ଜଣାଇ ବିଭିନ୍ନ ଗ୍ରାମରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମଣ୍ଡଳ ର ବିଭିନ୍ନ ଗ୍ରାମରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ସୁବଳୟା ମୁଣ୍ଡଳ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଅମରପାଲି, ଦୁର୍ଜନତୈଲା ପଞ୍ଚାୟତ ର ସାଗଯୋରୀ , କେନଝିରିପାଲି ପଞ୍ଚାୟତ ର କେନଝିରିଆପାଲି ଓ ଅମାତ ପାଳି ଏବଂ ଲୁତୁରପଙ୍କ ପଞ୍ଚାୟତ ର ଲୁତୁରପଙ୍କ ଗ୍ରାମରେ ଏହି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ସମାଜର ବିଭିନ୍ନ ବର୍ଗରେ ବ୍ୟକ୍ତି ବିଶେଷ , ଭାଜପା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଅମରପାଲି ରୁ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା । ପରେ ସାଗଯୋରୀ ଗ୍ରାମ୍ୟ ପରିକ୍ରମା ପରେ ଶୋଭାଯାତ୍ରା କେନଝିରିଆପାଲି ଓ ଶେଷରେ ଲୁତୁରପଙ୍କ ରେ ମଧ୍ୟ ଏହି ଶୋଭାଯାତ୍ରା କରାଯାଇ ଥିଲା । ଏଥିରେ ସମସ୍ତ ଜନସାଧାରଣ ସାମିଲ ଥିଲେ। ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଦଳର ପ୍ରମୁଖ କର୍ମକର୍ତ୍ତା ଏକଲବ୍ୟ ବେହେରା, ସୁବଳୟା ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ ସମେତ ଶେଷଦେବ ମାଝୀ , ଗୋପାଳ ସେଠୀ , ଲକ୍ଷିନ୍ଦ୍ର ପ୍ରଧାନ , ଦୁର୍ଜନତୈଳା ପଞ୍ଚାୟତର ଅଖିଳ ବିହାରୀ କମ୍ପ , କେନଝିରିଆପାଲି ପଞ୍ଚାୟତର ବିକାଶ ରଣା , ଲାଲାଜି ବେହେରା , ଅନ୍ତ ପଧାନ , ଗାନ୍ଧୀ ପାତ୍ର ଏବଂ ଲୁତୁରପଙ୍କ ପଞ୍ଚାୟତ ର ସତ୍ୟ ମହାକୁର ଙ୍କ ସମତେ ଶତାଧିକ କର୍ମକର୍ତ୍ତା ଓ ସାଧାରଣ ବ୍ୟକ୍ତି ବିଶେଷ ସାମିଲ ଥିଲେ। ଶୋଭାଯାତ୍ରା ବେଳେ ବିଭିନ୍ନ ନାରା ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ