Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇବା ପାଣି ସମସ୍ୟା କୁନେଇ ହିଙ୍ଗମା ଗାଁର ଗ୍ରାମବାସୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଅଧିକାରୀଙ୍କ ଦ୍ବାରସ୍ଥ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ଗାଁରେ ପିଇବା ପାଣି ସମସ୍ୟା କୁନେଇ ହିଙ୍ଗମା ଗାଁର ଗ୍ରାମବାସୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ବିଭାଗ ପକ୍ଷରୁ ହିଙ୍ଗମା ଗାଁରେ ଦୀର୍ଘ ଦିନରୁ ଏକ ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଥିଲା । ହେଲେ ପ୍ରକଳ୍ପଟି ପୁରୁଣା ହୋଇ ଅଚଳ ହୋଇ ଯିବା ଫଳରେ ଗାଁକୁ ଜଳ ଯୋଗାଣ ଠିକ୍ ଭାବରେ ହୋଇ ପାରୁନାହିଁ । ଫଳରେ ଏବେ ସେହି ଗାଁରେ ଏକ ନୂତନ ପ୍ରକଳ୍ପ ତିଆରି କରାଯାଉଥିବା ଥିବାବେଳେ ଏହି ପ୍ରକଳ୍ପରେ ଲାଗିଥିବା ପୁରୁଣା ପାଇପ ଓ ଯନ୍ତ୍ରାଶଂ ଗୁଡିକ ବ୍ୟବହାର କରାଯାଉଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି ।ଏପରିକି ଗାଁରେ ଗୋଟେ ମାତ୍ର ନଳକୂପ ଥିବା ବେଳେ ପିଇବା ପାଣି ମୁନ୍ଦାଏ ପାଇଁ ଲୋକମାନଙ୍କୁ ଦୁଇ କିଲୋମିଟର ଦୂର ପାଖ ଗାଁକୁ ପାଣି ପାଇଁ ଯିବାକୁ ପଡୁଛି । ଗାଁଲୋକ ସ୍ଥାନୀୟ ସରପଂଚଙ୍କ ଠୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ହାରୀ ଗୁହାରୀ କରି ନିରାଶ ହେବା ପରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଗାଁରେ ପାନୀୟ ଜଳ ସମସ୍ୟା ଦୂର କରିବା ସହିତ ନୂତନ ଭାବେ ତିଆରି ହେଉଥିବା ପ୍ରକଳ୍ପର କାର୍ଯ୍ୟ ଭଳ ଭାବରେ କରିବାକୁ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ