Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବୁ ଭୟା ବିନା ହେରା ଫେରି ତିଆରି ହୋଇପାରିବ ନାହିଁ: ସୁନୀଲ ସେଟ୍ଟୀ

ମୁମ୍ବାଇ: ହେରା ଫେରି ୩କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ। କିନ୍ତୁ, ଏବେ ହେରା ଫେରି ପ୍ରଶଂସକଙ୍କ ପାଇଁ କୌଣସି ଭଲ ଖବର ନାହିଁ। ଫିଲ୍ମରେ ବାବୁ ରାଓ ଭୂମିକାରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ପରେଶ ରାୱଲ ଫିଲ୍ମକୁ ଅଧା ବାଟରେ ଛାଡି ଦେଇଛନ୍ତି। ପରେଶ ରାୱଲ ଫିଲ୍ମଟି ମଝିରେ ଛାଡିଦେବାରୁ ପ୍ରଶଂସକମାନେ ଚକିତ ହୋଇପଡ଼ିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ।

ସୁନୀଲ ଶେଟ୍ଟୀ କହିଛନ୍ତି, ‘ଏହା ମୋ ପାଇଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ।’ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। କାରଣ ମୁଁ ଗୋଟିଏ ଫିଲ୍ମ ପାଇଁ ଉତ୍ସାହିତ ଥିଲି ତାହା ଥିଲା ହେରା ଫେରି।

ସୁନୀଲ କହିଛନ୍ତି ଯେ ବାବୁ ଭାୟା ବିନା ହେରା ଫେରି ତିଆରି କରାଯାଇପାରିବ ନାହିଁ। ‘ଏହା ଆଦୌ ତିଆରି ହୋଇପାରିବ ନାହିଁ।’ ପରେଶ ରାୱଲଙ୍କ ବିନା ଏହି ଫିଲ୍ମଟି ଆଦୌ ତିଆରି ହୋଇପାରିବ ନାହିଁ। ମୋର ଏବଂ ଅକ୍ଷୟ ବିନା ଏବେ ବି ୧ ପ୍ରତିଶତ ସମ୍ଭାବନା ଅଛି କି ଆମ ବିନା ଫିଲ୍ମ ତିଆରି ହୋଇପାରେ କିନ୍ତୁ ୧୦୦ ପ୍ରତିଶତ ପରେଶଙ୍କ ବିନା ଫିଲ୍ମଟି ତିଆରି ହୋଇପାରିବ ନାହିଁ।