Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଦନ୍ତ ନସରିବା ଯାଏଁ ଉଡାଣ କରିବେନି ଇଣ୍ଡିଗୋର ୨ ପାଇଲଟ

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନଟି ୨୧ ମଇ, ୨୦୨୫ରେ ଟର୍ବୁଲାନ୍ସ ଫସି ଯାଇଥିଲା। ଏବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରବସ୍ A321 ନିଓ ଉଡ଼ାଉଥିବା ପାଇଲଟମାନଙ୍କୁ ବିମାନ ଉଡ଼ାଇବା ପାଇଁ ନିଷେଧ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ପାଇଲଟମାନେ ପାକିସ୍ତାନୀ ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଅନୁମତି ମାଗିଥିଲେ ବୋଲି ଜଣାପଡ଼ିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି।

ନିକଟରେ ଏହି ମାମଲାରେ ଭାରତୀୟ ବାୟୁସେନା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ଏହି ପାଇଲଟମାନେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା (IB) ଆଡକୁ ଯିବା ପାଇଁ ଭାରତୀୟ ବାୟୁସେନାର ଉତ୍ତର କ୍ଷେତ୍ର ନିୟନ୍ତ୍ରଣ ଠାରୁ ଅନୁମତି ମାଗିଥିଲେ। ସେମାନେ ପାକିସ୍ତାନୀ ଆକାଶ ସୀମାରେ ପ୍ରବେଶ କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ NOTAM ଯୋଗୁଁ ସେମାନଙ୍କୁ ଅନୁମତି ଦିଆଯାଇ ନଥିଲା।ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି।

ତେବେ ଡିଜିସିଏର ଜଣେ ଅଧିକାରୀ କହିଛନ୍ତି, “ଏହି ମାମଲା ଡିଜିସିଏ ଦ୍ୱାରା ତଦନ୍ତ କରାଯାଉଛି।” ସେ ଆହୁରି କହିଛନ୍ତି, “ତଦନ୍ତର ଅଂଶ ସ୍ୱରୂପ, ତଦନ୍ତ ନ ସରିବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଉଡ଼ାଣ ଭରିବାରୁ ନିବୃତ କରାଯାଇଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ