Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜୁନ ୨୬ ଓ ୨୭ ଦୁଇଦିନ ଧରି ଚାଲିବ ମହୋତ୍ସବ

ଝାରସୁଗୁଡ଼ା ୨୬/୫ (ଓଡ଼ିଶା ନ୍ୟୁଜ) ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ମହୋତ୍ସବ ତାଙ୍କ ଜନ୍ମପୀଠ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ପଦମପୁର ଠାରେ ଆସନ୍ତା ଜୁନ ୨୬ ଓ ୨୭ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ମହୋତ୍ସବରେ ସାମିଲ ହେବାକୁ ଥିବା ଆନ୍ତର୍ଜ।ତିକ ସ୍ତରର ଗବେଷକଙ୍କୁ ନେଇ ଜାତୀୟ ସ୍ତରର ସେମିନାର ଆୟୋଜନ ହେବ ବୋଲି ଆଜି ଅନୁଷ୍ଠିତ ତୃତୀୟ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଲଖନପୁର ବ୍ଲକ ଭିକମପାଲି ମା Bଘଣ୍ଟେଶ୍ୱରୀ ପୀଠରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଝାରସୁଗୁଡା ଏଲ୍.ଏନ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଟହଲୁ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ମହୋତ୍ସବ ଆୟୋଜନ ପାଇଁ ବିଭିନ୍ନ କମିଟି ଗଠନ କରା ଯାଇଥିଲା। ଏହାଛଡା ୨୬ ତାରିଖ ପୂର୍ବାହ୍ନରେ ଏକ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରାରେ ଯାଇ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସ୍ଥିର ହୋଇଥିଲା ଏବଂ ଅପରାହ୍ନରେ ସାଧାରଣ ଅଧିବେଶନରେ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିବାକୁ ସ୍ଥିରୀକୃତ ହୋଇଥିଲା । ସେହିପରି ୨୭ ତାରିଖ ପୂର୍ବାହ୍ନରେ ବୌଦ୍ଧ ଧର୍ମାବଳମ୍ବୀଙ୍କ ଦ୍ବାରା ପ୍ରତିମୂତ୍ତି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯିବ । ଏହି ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ପାଇଁ ଲେଖା ଆହ୍ବାନ କରା ଯାଇଛି । ଆଜିର ବୈଠକରେ ବିଶିଷ୍ଟ ଶିକ୍ଷାବିତ ସେବକରାମ ଭୋଇ, ଭାଷାବିତ କ୍ଷମାସାଗର ଭୋଇ, ସମାଜସେବୀ ଲଳିତ ପୂଜାରୀ, ଶିକ୍ଷାବିତ ଦୟାକର ପ୍ରଧାନ, ଜଗଦୀଶ ପ୍ରସାଦ ମିଶ୍ର, ଅଧ୍ୟାପକ ତପନ ବାରିକ, ଗୋବିନ୍ଦ ଦର୍ଜୀ ପ୍ରମୁଖ ମଞ୍ଚାସୀନ ହୋଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବରିଷ୍ଠ ସାମ୍ବାଦିକ ମେହେବୁବ ମହତାବ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଭାକୁ ଜ୍ଞାନବ୍ରତ ଭୋଇ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ