ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ପଞ୍ଚାୟତ ଅନ୍ତର୍ଗତ ରାଣିପାଲି ଗ୍ରାମରେ ସିକେଡି ଆନେମିଆ କିଡ଼ନୀ ରୋଗରେ ପୀଡିତ ଥିବା ଅଲେଖ ମହାନନ୍ଦ ନାମକ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ l ଡାକ୍ତର ତାଙ୍କୁ ଜରୁରୀକାଳୀନ ‘O’ +ve ରକ୍ତ ଦରକାର ବୋଲି କହିଥିଲେ l ଖବର ପାଇ ଉଲୁଣ୍ଡା ବ୍ଲକର ପରିବେଶ ପ୍ରେମୀ ସତ୍ୟଜିତ ଗଡୁଆ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଯାଇ ସେଠାରେ ବ୍ଲଡ଼ବ୍ୟାଙ୍କରେ ରକ୍ତଦାନ କରିଥିଲେ l ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ରୋଗୀ ରକ୍ତ ଅଭାବରୁ ଯେଭଳି ଛଟପଟ ନ ହେଉ ବୋଲି କହିବା ସହିତ ବିପଦ ସମୟରେ ସତ୍ୟଜିତ ସମସ୍ତଙ୍କୁ ରକ୍ତଦାନ କରିବା ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ l ଆଜି ସାବିତ୍ରୀ ଅମାବାସ୍ୟାରେ ସତ୍ୟଜିତଙ୍କ ନିଜର ଏହି ମହନୀୟତା କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସନୀୟ ମନେ କରାଯାଉଛି l
ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ରକ୍ତ ଦାନ କରି ଜୀବନ ରକ୍ଷା କଲେ ପରିବେଶ ପ୍ରେମୀ ସତ୍ୟଜିତ
