ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମାତ୍ର ୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ତନ୍ମଧ୍ୟରୁ୪ଟି ବ୍ୟକ୍ତିଗତ ଏବଂ ୩ଟି ସାମୂହିକ ଥିଲା। ଉକ୍ତ ଶିବିରକୁ ବୀରମହାରାଜପୁର ଏ ବିଡିଓ ପୁରୁଷୋତ୍ତମ ଧରୁଆ, କେନଝିରିଆପାଲି ସରପଞ୍ଚ , ସସ୍ମିତା ଦୀପ ଏଇଇ ସୁବନାଥମାଝୀ ଓ ଶିକ୍ଷା ବିଭାଗରୁ ସିଆରସିସି ବାଙ୍କl ବିହାରୀ ମହାକୁର , ସ୍ବାସ୍ଥ୍ୟ ବିଭାଗରୁ ଅଞ୍ଜଳି ବାଘ , ଭେଟନାରୀ ଟେକ୍ନି ସିଆନ, ମମତାପଣ୍ଡା , ଖାଦ୍ୟ ଯୋଗାଣ ଅଧିକାରୀ ଖିରୋଦ କୁମାର ଧଳ, କୃଷି ବିଭାଗ ରୁ ମନୋଜ କୁମାର ଅମାତ ,ଓ ଏଲ ଏମ ରମାକାନ୍ତ ହରିପାଳ , ସୀମାରାନି ପଣ୍ଡା ସ୍ଥାନୀୟ ପିଇଓ ଅକ୍ଷୟ କୁମାର ଭୋଇ ଜିଆରଏସ ଜ୍ଞନଚାନ୍ଦ ମହାପାତ୍ର ବିପି ଏ ନିରଞ୍ଜନ ରଣl ପ୍ରମୁଖ ଯୋଗଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଯୋଗୁ ସବୁଠି ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ବେଳେ ପାନୀୟ ଜଳଯୋଗାଣ ବିଭାଗର କୌଣସି ଅଧିକାରୀ ଶିବିରରେ ଉପସ୍ଥିତ ନ ଥିଲେ । ଫଳରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀ କୌଣସି କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ I ଚାଷୀଙ୍କ ପାଇଁ ରାଜ୍ୟ ସରକାର ଙ୍କ ବିଭାଗ ରୁ ଚାଷୀଙ୍କ ଜମିରେ ଆଜକୁ ୩ବର୍ଷ ହେବ ଗଭୀର ନଳକୂପ ଖନନ ହୋଇଛି କିନ୍ତୁ ଗଭୀର କୂଅ ରେ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ l ସେଥିପାଇଁ ଚାଷୀ ମାନେ ଅଭିଯୋଗ ପାଇଁ ଆସିଥିଲେ କିନ୍ତୁ ଉଠାଜଳସେଚନ ବିଭାଗ ରୁ କୌଣସି ଅଧିକାରୀ ନ ଆସିବlରୁ ଚାଷୀମାନେ ନିରାଶା ହୋଇଫେରିଥିଲେ । ଏହା ସହିତ ବିଦ୍ୟୁତ ବିଭାଗ , ବନ ବିଭାଗ , କେନ୍ଦୁପତ୍ର , କୃଷି , ଉଠାଜଳ ସେଚନ , ସମନ୍ବିତ ଶିଶୁ , ଆଦି ବିଭାଗର ଅଧିକାରୀ ଶିବିରରେ ଉପସ୍ଥିତ ନ ଥିଲେ।
କେନଝରିଆପାଲି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
