Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଗୋ- ବିଜ୍ଞାନ ଓ ଗୋ-ଅର୍ଥନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ତ୍ରି ଦିବସିୟ ଗ୍ରାମାଞ୍ଚଳର ମହିଳା , ପୁରୁଷ ଏବଂ ଯୁବ ଉଦ୍ୟଗୀ ମାନଙ୍କ ପାଇଁ ଗୋପାଳନ ସହିତ ଗୋ ମାତାଙ୍କ ସୁରକ୍ଷା , ଗୋ ବିଜ୍ଞାନ ଓ ଗୋ ଅର୍ଥନୀତି ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ସୁବର୍ଣ୍ଣପୁର ସୁରଭି ସଂରକ୍ଷଣ ମଞ୍ଚ ତରଫରୁ ୨୮ ତାରିଖରୁ ଆରମ୍ଭ ହୋଇ ୩୦ତାରିଖରେ ଶେଷ ହେବ । ପ୍ରଦ୍ୟୁମ କୁମାର ପାଢୀ ଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଗୋ ବଂଶର ସୁରକ୍ଷା ସହିତ ସୁରଭି ସରଂକ୍ଷଣ କିଭଳି ହୋଇପାରିବ ଗୋବିଜ୍ଞାନ ତାଲିମ୍ ଦ୍ୱାରା କିଭଳି ସମସ୍ତେ ସୁସ୍ଥ ସତେଜ ରହିବା ସହ ସ୍ୱାବଲମ୍ବୀ ହୋଇପାରିବା ସେନେଇ ଆଲୋଚନା ହୋଇଥିଲା l ପଞ୍ଚଗବ୍ୟ ଚିକିତ୍ସା ଦ୍ୱାରା ବିଭିନ୍ନ ଅସାଧ୍ୟ୍ୟ ରୋଗ ଉପସମ ହୋଇପାରୁଥିବା ବେଳେ ଗୋ ଅର୍ଥନୀତି ଦ୍ୱାରା ମହିଳା ପୁରୁଷ ମାନେ କିଭଳି ଅଧିକ ଆୟ କରିପାରିବେ ସେଦିଗରେ ଦେଶୀ ଗାଈ ପାଳନ କରିବା ସହ ଗୋ ବଂଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତ ରଖିଥିଲେ l ବିଶେଷକରି ପଞ୍ଚଭୂତର ତରଙ୍ଗକୁ ପଞ୍ଚଗବ୍ୟ ଓ ମନ୍ତ୍ର ଶକ୍ତି ମାଧ୍ୟମରେ ଶୁଦ୍ଧ ଓ ସନ୍ତୁଳନ କରିବା , ଗୋବଂଶର ମାହାତ୍ମ ଓ ଗୋ ଅର୍ଥନୀତିର ବିକାଶ , ସ୍ଵାସ୍ଥ ପରୀକ୍ଷା ତଥା ବିଭିନ୍ନ ରୋଗର ପଞ୍ଚଗବ୍ୟ ଓ ଊର୍ଜା ବିଜ୍ଞାନରେ ନିରାକରଣ ଆଦି ଗୁରତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଅଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ