Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକରାପଡ଼ା ଗାନ୍ଧି ପଡା ଶୀତଳ ଷଷ୍ଠୀ ଯାତ୍ରା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଟିକ୍ରାପଡା ଗାନ୍ଧିପଡ଼ା ରେ ଶିବ ପାର୍ବତୀ ଙ୍କ ବିବାହ ପାଇଁ ଆଜି ସକାଳ ଦଶ ଘଣ୍ଟା ସମୟରେ ବନ୍ୟା ଆଶ୍ରୟ ସ୍ଥଳୀ ସୁରୁବାଲି ଯୋର ରୁ କଳସ ଯାତ୍ରା ରେ ଅନେକ ମା ଭଉଣୀ ସାମିଲ ହୋଇ ଗାନ୍ଧୀପଡା ଠାରେ ପହଂଚି ଥିଲେ l ଆସନ୍ତା କାଲି ଗାନ୍ଧୀପଡ଼ା ରୁ ଦେବଦେବ ମହାଦେବ ବାବା ସି୍ଧେଶ୍ୱର ଙ୍କ ବିବାହ ଶୋଭାଯାତ୍ରା ବାହାରି ମାତା ପାର୍ବତୀ ଙ୍କ ଘରେ ପହଂଚି ବିବାହ କାର୍ଯ୍ୟକ୍ରମ ହେବ ବୋଲି ଜଣା ଯାଇଛି l ଚଳିତ ବର୍ଷ ବାବା ସିଦ୍ଧେଶ୍ୱର ଙ୍କ ପିତା ମାତା ପୂର୍ଣ୍ଣ ଚନ୍ଦ୍ର ମେହେର , ଲତା ମେହେର ଏବଂ ମାତା ରୂପେ ଟିକ୍ରାପଡା ନିବାସୀ ଷଡ଼ଙ୍ଗୀ ମେହେର , କୁନ୍ତଳା ମେହେର ମାତା ରୂପେ ବିବାହ କାର୍ଯ୍ୟ ତୁଲାଉ ଥିବା ଜଣା ଯାଇଛି l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଘଣ୍ଟ ବାଦ୍ୟ , ଦୁଲ ଦୁଲି ବାଦ୍ୟ , ବାଇ ନାଚ ସହିତ ବହୁ କିଛି ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ