Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ମେଣ୍ଡା ମାଳ ଗ୍ରାମ ର ସୁରେଶ ନନ୍ଦ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଣ୍ଡାମଲ ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପ୍ରସାଦ ନନ୍ଦ ଙ୍କ ଗୁରୁବାର ରାତି ପ୍ରାୟ ୩ଟା ରେ ଜବଲପୁର ରୁ ରାୟପୁର ନେଉଥିବା ସମୟରେ ବାଟରେ ପରଲୋକ ଘଟଛି l ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ହୋଇଥିଲା l ସ୍ବର୍ଗତ ନନ୍ଦ ତାଙ୍କ ସାନପୁଅ କୋରାପୁଟ କୋଟପାଡ଼ ଜେ ଏମ ଏଫ୍ ସି ତ୍ରିଜିବ ନନ୍ଦ ଙ୍କ ପାଖରେ ରହୁଥିଲେ l ଦୁଇଦିନ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ଛତିଶଗଡ ର ଜବଲପୁର ଡାକ୍ତରଖାନା ରେ ଭର୍ତି କରଯାଇଥିଲା, ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ର ଅବନତି ହେବାରୁ ରାୟପୁର ଡାକ୍ତରଖାନା କୁ ନେଉଥିବାବେଳେ ବାଟରେ ପରଲୋକ ଘଟିଥିଲା l ସ୍ବର୍ଗତ ନନ୍ଦଙ୍କ ମରଶରୀରକୁ ନିଜ ଗ୍ରାମ ମେଣ୍ଡାମାଲ ଗ୍ରାମକୁ ଅଣାଯାଇଥିଲା, ମରଶରୀର କୁ ଦେଖି ଗାଆଁ ଦାଣ୍ଡ କାନ୍ଦବୋବାଳି ରେ ଉଛୁଳି ପଡ଼ିଥିଲା l ଗାଆଁ ରେ ସ୍ବର୍ଗତ ନନ୍ଦ ଙ୍କ ଧର୍ମପତ୍ନୀ ଜୋସ୍ନା ମୟି ନନ୍ଦ, ବଡ଼ପୁଅ ବ୍ୟାଙ୍କ୍ ଅଫିସର ସଂଜୀବ ନନ୍ଦ, ପୁତ୍ର ବଧୂ ବ୍ୟାଙ୍କ୍ ଅଫିସର ଶ୍ୱେତl ନନ୍ଦ, ମଧ୍ୟମ ପୁତ୍ର ବ୍ୟାଙ୍କ୍ ଅଫିସର ରାଜିବ ନନ୍ଦ, ପୁତ୍ର ବଧୂ ଆରାଧନା, ସାନପୁଅ ଜେ ଏମ ଏଫ୍ ସି ତ୍ରିଯିବ କୁମାର ନନ୍ଦ, ପୁତ୍ର ବଧୂ ଜେ ଏମ ଅଫ୍ ସି ସ୍ଵସ୍ତିକl ପଣ୍ଡା , ଦୁଇ ଭାଇ ସନ୍ତୋଷ କୁମାର ନନ୍ଦ , ସୁଧାଂଶୁ ନନ୍ଦ, ପୁତୁରା ଶିକ୍ଷକ ବିପିନବିହାରୀ ନନ୍ଦ , ମାଗୁଣି ନନ୍ଦ , ନାତି ନାତୁଣୀ ଉପସ୍ଥିତି ଥିଲେ l ସ୍ବର୍ଗତ ନନ୍ଦ ଙ୍କ ଅନ୍ତିମ ସଂସ୍କାର ହରିହର ଯୋର ର ସ୍ବର୍ଗ ଦ୍ଵାର ରେ ସମ୍ପନ୍ନ ହୋଇଥିଲା l ଜ୍ୟେଷ୍ଠ ପୁତ୍ର ସଞ୍ଜୀବକୁମାର ନନ୍ଦ ମୁଖଗ୍ନୀ ଦେଇଥିଲେ l ସ୍ବର୍ଗତ ନନ୍ଦ ବୀରମହାରାଜପୁର ଅଞ୍ଚଳର ଜଣେ ଆଦର୍ଶ ଓ ମେଲାପି ଶିକ୍ଷକ ଭାବେ ପରିଚିତ ଥିଲେ l ତାଙ୍କ ବିୟୋଗରେ ବୀରମହାରାଜପୁର ମିଳିତ ଶିକ୍ଷକ ସଙ୍ଘ ର ସଭାପତି ଯୁଗଳ କିଶୋର ମିଶ୍ର, ସମ୍ପାଦକ ମେଘନାଦ ଭୋଇ, ସହ ସମ୍ପାଦକ ରlସବିହlରି ମେହେର ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ