ବୀରମହାରାଜାପୁର; ସିବିଏସ୍ଇ ଦଶମ ପରୀକ୍ଷାରେ ଥଣ୍ଡାରାମ,ଦ୍ଵାଦଶରେ ଶୁଭଲକ୍ଷ୍ମୀ ବ୍ଲକ ଟପ୍ପର


ବୀରମହାରାଜପୁର : ସିବିଏସଇ ମ୍ୟାଟ୍ରିକ ଓ ଦ୍ବାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପରୀକ୍ଷା ଫଳ ଚଳିତ ବର୍ଷ ଭଲ ହୋଇଛି । ବ୍ଲକର ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଏକମାତ୍ର ସିବିଏସଇ ସ୍କୁଲ ଥିବା ବେଳେ ଚଳିତ ବର୍ଷ ସମୁଦାୟ ୭୪ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଇଥିଲେ। ଏଥିରେ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଥଣ୍ଡାରାମ ବେହେରା ୯୩.୮୦ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ସେହିପରି ୪ ଜଣ ପରୀକ୍ଷାର୍ଥି ୯୦ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ବେଳେ ୨୨ଜଣ ପରୀକ୍ଷାର୍ଥୀ ୮୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଛନ୍ତି। ଜତିନ ମେହେର ୯୨.୪୦ପ୍ରତିଶତ, ପ୍ରିୟଙ୍କା ପ୍ରଧାନ ୯୧.୨ପ୍ରତିଶତ ଓ ଲିପସା କର୍ଣ୍ଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ସମୁଦାୟ ୬୫ଜଣ ପରୀକ୍ଷାର୍ଥି ପ୍ରଥମ ଶ୍ରେଣୀରେ ଉତ୍ତିନ୍ନ ହୋଇଛନ୍ତି।ସେହିପରି ସିବିଏସଇ ଦ୍ବାଦଶ ରେ ବ୍ଲକରୁ ୩୭ଜଣ ପରୀକ୍ଷା ଦେଇଥିଲେ। ସମସ୍ତେ ବିଜ୍ଞାନ ରେ ପରୀକ୍ଷା ଦେଇଥିବା ବେଳେ ୩୫ଜଣ ପରୀକ୍ଷାରେ ଉତ୍ତିନ୍ନ ହୋଇଛନ୍ତି । ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭଲକ୍ଷ୍ମୀ ସାମନ୍ତରା ୯୨ ପ୍ରତିଶତ ନମ୍ବର ରଖି ଦ୍ବାଦଶ ରେ ବ୍ଲକ ଟପ୍ପର ହୋଇଛନ୍ତି।ବ୍ଲକର ଜଣେ ମାତ୍ର ୯୦ପ୍ରତିଶତ ନମ୍ବର ରଖିଥିବା ବେଳେ ୯ଜଣ ପରୀକ୍ଷାର୍ଥି ୮୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଛନ୍ତି l