ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉଲୁଣ୍ଡା ପଞ୍ଚାୟତ ସମିତି ପକ୍ଷରୁ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଅଭିଯୋଗ ଶୁଣାଣିରେ ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ ।ଏଥିରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ୧୨ ଗୋଟି ଦାଖଲ ହୋଇଥିଲା ।ତନ୍ମଧ୍ୟରେ ୯ଟି ବ୍ୟକ୍ତିଗତ ଦରଖାସ୍ତ ଓ ୩ଟି ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ , ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵୟମ୍ଭୁ ପୁରୋହିତ , ବିଆରସି ପ୍ରଦୀପ ଭୋଇ , ଭିଏଡବ୍ଲୁ ବିନାୟକ ପାଣିଗ୍ରାହୀ , ଏଏଓ ଶୁଭଲକ୍ଷ୍ମୀ ସାହୁ , ଜେଇ ହିତଲାନ ବେଶ୍ରା , ବିସସଓ ରୀତିକା ପଧାନ , ଏମଆଇ ଦେବାଶିଷ ତ୍ରୀପାଠୀ , ରାଜସ୍ଵ ନିରୀକ୍ଷକ (ଆର.ଆଇ) ଭୋଜରାଜ ରଣା ଆଦି ଅଧିକାରୀମାନେ ଯୋଗଦାନ କରିଥିଲେ ।
କ୍ଷେମାଲୋଏ ପଞ୍ଚାୟତ ରେ ସର୍ବ ସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
