Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବୈଧ ମଦ, ମାଦକ ଓ ନିଶା ବିରୋଧୀ ବିଶେଷ ସଚେତନତା ଅଭିଯାନ ପାଇଁ ସ୍ଵତନ୍ତ୍ର ବୈଠକ

ସୋନପୁର : (ସୌମିତ୍ରି ମେହେର )
ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ନିର୍ଦ୍ଦେଶନୁସାରେ ଅବୈଧ ମଦ, ତମାଖୁ ଓ ଅନ୍ୟାନ୍ୟ ନଶାଦ୍ରବ୍ୟ ବିରୋଧରେ ଜିଲ୍ଲା ସ୍ତରରେ ବିଶେଷ ସଚେତନତା ଅଭିଯାନ ଚଲାଯିବ। ଏହି ଅଭିଯାନ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଭିଯାନ କୁ ସଫଳ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ନେଇ ଏକ ଆଲୋଚନା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୋନପୁର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଅଭିଯାନକୁ ଚାରିଟି ପର୍ଯ୍ୟାୟରେ ବିଭାଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଭିଯାନ ୩୧ ମଇ ରୁ ୨୬ ଜୁନରେ ବିଶ୍ୱ ତମାଖୁ ବିରୋଧୀ ଦିବସ ଓ ଅନ୍ତର୍ଜାତୀୟ ମାଦକ ବିରୋଧୀ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ । ଦ୍ଵିତୀୟ ପର୍ଯ୍ୟାୟ ୨୬ – ୩୧ ଅଗଷ୍ଟ ରେ ଗଞ୍ଜେଇ ଗଛ ବିରୋଧୀ ସଚେତନତା ଅଭିଯାନ । ତୃତୀୟ ପର୍ଯ୍ୟାୟ ୨ ଅକ୍ଟୋବର: ଗାନ୍ଧୀ ଜୟନ୍ତୀ ଦିବସରେ ନିଶା ନିବାରଣ କାର୍ଯ୍ୟକ୍ରମ l ସେହିପରି ଚତୁର୍ଥ ପର୍ଯ୍ୟାୟ ୩୧ ଡିସେମ୍ବର ନବବର୍ଷ ପୂର୍ବ ସନ୍ଧ୍ୟାରେ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅଭିଯାନ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ନଗର ଅଞ୍ଚଳରେ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ବିଭାଗକୁ ଦାୟିତ୍ୱ ଅର୍ପଣ କରାଯାଇଛି।ସଂସ୍କୃତି ବିଭାଗ , ପାଳା , ଦାସକାଠିଆ ଓ ଶୋଭାଯାତ୍ରା ମାଧ୍ୟମରେ ସନ୍ଦେଶ ପ୍ରଚାର ଏବଂ ସୂଚନା ବିଭାଗ ଦ୍ୱାରା ମୋବାଇଲ୍ ଭ୍ୟାନ୍ , ସ୍ଥାନୀୟ ଗଣ ମାଧ୍ୟମ ଜରିଆରେ ପ୍ରଚାର ପ୍ରସାର , ଜିଲ୍ଲା ପରିଷଦ ସୁବର୍ଣ୍ଣପୁରଙ୍କ ତରଫରୁ ସମସ୍ତ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟ କର୍ତ୍ତାଙ୍କୁ ସାମିଲ ପୂର୍ବକ ମଦ ମୁକ୍ତ ପଞ୍ଚାୟତ ଚୟନ କରିବେ l ଯେଉଁଥିରେ ସ୍ଥାନୀୟ ସ୍ୱୟଂ ସହାୟକ ମହିଳାମାନଙ୍କୁ ମଧ୍ୟ ଅଭିଯାନରେ ସାମିଲ କରାଯିବା ଉପରେ ଗୁରୁତ୍ୱରୋପ କରାଯାଇଛି । ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଡି-ଅ୍ୟାଡିକ୍ସନ୍ ସେଣ୍ଟର ମାଧ୍ୟମରେ କାର୍ଯ୍ୟକ୍ରମ , ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ଶିବିର , କର୍ମଶାଳା ଓ ସମ୍ମିଳନୀର ଆୟୋଜନ। ଜିଲ୍ଲା ବନ ବିଭାଗ ମାଧ୍ୟମରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ରହିଥିବା ବେଳେ କ୍ରୀଡା ବିଭାଗ “ଆମ ସଂକଳ୍ପ , ନିଶା ନୁହେଁ ଜୀବନ” ଥିମ୍ ଉପରେ ଦୌଡ଼ ଓ ଯୋଗ ଶିବିର ଅନୁଷ୍ଠିତ କରିବେ। ଶିକ୍ଷା ବିଭାଗ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ନେଇ ନିଶା ବିରୋଧୀ ରଚନା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯିବ। ଡି ଏସ ଡବ୍ଲୁ ଓ ଙ୍କ ତରଫରୁ ଏସ ଏଚ ଜି ମାନଙ୍କ ସହଯୋଗରେ ଆଇ ଡି ଲିକର ଓ ଡ୍ରଗ୍ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଅଭିଯାନର ସଫଳ ସମ୍ପାଦନ ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ନୋଡାଲ୍ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି। ସେ ସମସ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ