ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ବିଶ୍ୱ ପରିବେଶ ଦିବସ କୁ ଲୋକଙ୍କୁ ନେଇ ପାଳନ କରିଛି ସୁବର୍ଣ୍ଣପୁର ଜିଲ୍ଲାର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନୋଭାଇବ୍ । ବିଶ୍ୱ ପରିବେଶ ଦିବସର ବିଷୟ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧ ରେ ଲଢେଇ ଭଳି ବିଷୟ କୁ ଗୁରୁତ୍ଵ ର ସହ ଗ୍ରହଣ କରି ଗୁରୁବାର ସକାଳୁ ସକାଳୁ ବୀରମହାରାଜପୁର ସ୍ଥିତ ମିନି ଷ୍ଟାଡିୟମରେ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା I ଯେଉଁଥିରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଭାଗ ନେଇଥିଲେ । ଦିନ ବେଳେ ଜଙ୍ଗଲ ଓ ପରିବେଶ ବିଭାଗ ର ସହଯୋଗ ରେ ୩୦୦ ବୃ୍ଷ ଚାରା ଲୋକଙ୍କ ମଧ୍ୟରେ ବାଣ୍ଟିବା ସହ ଗଛ ସହ ସମ୍ପର୍କ ତଥା ପରିବେଶ ଓ ବୃକ୍ଷ ର ଉପକାରିତା କୁ ଲୋକଲୋଚନର ପ୍ରସାରିତ କରିଥିଲେ ଅନୁଷ୍ଠାନ ର ସ୍ବେଚ୍ଛାସେବୀ । “ବିଟ୍ ଦ ହିଟ୍” ର ନାରା ଦେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲା ଅନୁଷ୍ଠାନ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବୀରମହାରାଜପୁରର ଜନସାଧାରଣ ତଥା ବୁଦ୍ଧିଜୀବୀ ଆଶାନୁରୂପ ଭାବେ ସହଯୋଗ କରିଥିବା କହିଛନ୍ତି ଗ୍ରୀନୋଭାଇବ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବନୀ କୁମାର । ଆଗାମୀ ଦିନରେ ଏଭଳି ଆହୁରି କାର୍ଯ୍ୟକ୍ରମ କରି ପରିବେଶ କୁ ସନ୍ତୁଳିତ କରିବାକୁ ଅନୁଷ୍ଠାନର ଉତ୍ତର ଦାୟିତ୍ଵ ବୋଲି ମଧ୍ୟ ମତ ପୋଷଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭ୍ୟ ଅଶ୍ଵିନୀ କୁମାର , ଶୁଭ ଚାନ୍ଦ , ଚିତ୍ତ ରଂଜନ ପାତ୍ର , ମନରଞ୍ଜନ ଜଗଦଲା ସହ ଅନ୍ୟ ସେଚ୍ଛାସେବୀ ମାନେ ରହି ସଫଳ କରିଥିଲେ ।
ବୀରମହାରାଜପୁର ମିନି ଷ୍ଟାଡିୟମ ରେ ବିଶ୍ଵ ପରିବେଶ ଦିବସ ପାଳିତ
