Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; ପୋଲିସ୍ କମିଶନରଙ୍କ ସମେତ ଅନେକ ଅଧିକାରୀ ନିଲମ୍ବିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟାକୁ ନେଇ କର୍ଣ୍ଣାଟକ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ କମିଶନର, ଏସିପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ତେବେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ  ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ମଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁ ପୋଲିସ ଏହି ଘଟଣାର ପୁନଃ ତଦନ୍ତ କରି RCB ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି। ଏପରିକି ସରକାର ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ACP Cubbon Park, DCP ସେଣ୍ଟ୍ରାଲ ଜୋନ୍, ଅତିରିକ୍ତ କମିଶନର ପଶ୍ଚିମ ଜୋନ୍, ବେଙ୍ଗାଲୁରୁ ସହର ପୋଲିସ କମିଶନର, ଷ୍ଟେସନ ହାଉସ୍ ମାଷ୍ଟର ଏବଂ Cubbon Park ପୋଲିସ ଷ୍ଟେସନ୍ ଇନଚାର୍ଜଙ୍କୁ ନିଲମ୍ବିତ କରାଯାଇଛି।

ଆଇପିଏଲର ୧୮ତମ ସିଜିନର ଚାମ୍ପିଅନ ହୋଇଥିବା ଆରସିବି ପାଇଁ ବୁଧବାର ବେଙ୍ଗାଲୁରୁରେ ଏକ ବିଜୟ ଉତ୍ସବ ଆୟୋଜିତ ହୋଇଥିଲା। କିନ୍ତୁ ଦଳ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ହିଁ ସେଠାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମ ବାହାରେ ଜମା ହୋଇଯାଇଥିଲା।ଯାହାଫଳରେ ପ୍ରଶାସନ ଏତେ ପରିମାଣର ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ଯାହା ଫଳରେ ଏପରି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ