Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମଦ୍ଭାଗବତ ପାରାୟଣ ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବ୍ରାହ୍ମଣ ମାନଙ୍କ ଦ୍ବାରା ଶ୍ରୀଜଗନ୍ନାଥ ଦାସ କୃତ ଶ୍ରୀମଦ୍ଭାଗବତ ମହାପୁରାଣ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି । କର୍ତ୍ତା ଯୁଗଳ କିଶୋର ମିଶ୍ର ଓ ମେନକା ମିଶ୍ରଙ୍କ ଦ୍ଵାରା ଆୟୋଜିତ ଏହି ପାରାୟଣ କାର୍ଯ୍ୟକ୍ରମ ରେ ପୁତ୍ର ସୋମ୍ ଓ କନ୍ୟା ସୌମ୍ୟା ପଦଧୌତ ସେବା କରିଥିଲେ । ନିମନ୍ତ୍ରିତ ବ୍ରାହ୍ମଣ ମାନେ ଶ୍ରୀମଦ୍ଭାଗବଦ୍ ମହାପୁରାଣ ପ୍ରଥମ ସ୍କନ୍ଧ ଠାରୁ ଦ୍ଵାଦଶ ସ୍କନ୍ଧ ପର୍ଯ୍ୟନ୍ତ ପାଠ କରିବା ସହିତ ବିଷ୍ଣୁ ସହସ୍ରନାମ, ଗୋପାଳ ସହସ୍ରନାମ ଏବଂ ହନୁମାନ ଚାଳିଶା ମଧ୍ୟ ପାଠ କରିଥିଲେ। ବାଳକୃଷ୍ଣ ପୁରୋହିତ ପୂଜା କର୍ମ ସହିତ ହବନ କାର୍ଯ୍ୟ ସଂପାଦନ କରିଥିଲେ ଓ ବିଶ୍ଵାମିତ୍ର ଚାନ୍ଦ ହବନରେ ସହଯୋଗ କରିଥିଲେ। ସତ୍ୟ ନାରାୟଣ ଚାନ୍ଦ ଭାଗବତର ସୂଚୀ ଅଧ୍ୟାୟ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ୟାସୀ ଶତପଥୀ , ଶ୍ରୀନିବାସ ନାୟକ , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ସୂର୍ଯ୍ୟ ନାରାୟଣ ପଣ୍ଡା , ଗୋପୀନାଥ ଚାନ୍ଦ , ପିତବାସ ପଣ୍ଡା , ସନ୍ତୋଷ କୁମାର ଚାନ୍ଦ , ଗଣେଶ ହୋତା , କୃଷ୍ଣ ଚନ୍ଦ୍ର ପାଢ଼ୀ , ବାସୁଦେବ ରଥ ,ଦିଲ୍ଲୀପ ତ୍ରୀପାଠୀ , ନିତ୍ୟାନନ୍ଦ ତ୍ରିପାଠୀ , ଅକ୍ଷୟ ଦାଶ , ମାଗୁଣି ଦାଶ , ଦାମୋଦର ମିଶ୍ର , ନରେନ୍ଦ୍ର ଚାନ୍ଦ , ବନମାଳୀ ପଣ୍ଡା , ବୁଲୁ ଶତପଥୀ , ଦିଲ୍ଲୀପ ମିଶ୍ର , ରମାକାନ୍ତ ପୁରୋହିତ , ଶିବ ରମଣ ପଣ୍ଡା , ପଞ୍ଚାନନ ପାଣିଗ୍ରାହୀ ପ୍ରମୁଖ ଗ୍ରନ୍ଥ ପାଠ କରିଥିବା ବେଳେ ଶଙ୍କର ମେହେର , ରାଜେଶ ପାଣିଗ୍ରାହୀ , ଲବ ମେହେର , ରାଜେନ୍ଦ୍ର ରଥ , ସୁରେଶ ମେହେର , ଜୟ କୁମାର ତ୍ରିପାଠୀ , ଶମ୍ଭୁ ପ୍ରସାଦ ମେହେର , ଗିରିଧାରୀ ହୋତା , ମାନ ଭଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ବୁଲି ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସକୁ କିପରି ସଫଳ ରୂପାୟନ କରାଯିବ ସେ ଉପରେ ଯୋଗାଚାର୍ଯ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଓ ଯୁଗଳ କିଶୋର ମିଶ୍ର ଙ୍କୁ ପରାମର୍ଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ