ବିକଶିତ କୃଷି ସଂକଳ୍ପ ଅଭିଯାନ ଅବସରରେ କୃଷି ବୈଜ୍ଞାନିକ ଓ ଚାଷୀ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ଅନ୍ତର୍ଗତ ଟିଠିପାଲି ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀ ରେ କୃଷି ବୈଜ୍ଞାନିକ ଓ କୃଷିଜୀବୀ ଙ୍କ ମଧ୍ୟରେ ଦ୍ବିଗୁଣିତ, ବହୁଗୁଣିତ ଆୟ ବୃଦ୍ଧି ପାଇଁ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ ଓ ସରକାରୀ ଯୋଜନା ସୁଫଳ ଉପଯୋଗ ଉଦେଶ୍ୟ ରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ମେ 29 ତାରିଖରୁ ଆରମ୍ଭ ଜୁନ 12 ତାରିଖରେ ଶେଷ ହେବାକୁ ଥିବା ଅଭିଯାନ ରେ ସୋମବାର କୃଷି ରଥ ଟିଠିପାଲି ରେ ପହଂଚି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀୟା କର୍ମୀ ଯୋଗଦେଇ ଭାରତ ସରକାର ଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଅବସରରେ ଅନ୍ନଦାତା ଓ କୃଷି ବୈଜ୍ଞାନିକ ଙ୍କ ମଧ୍ୟରେ ଭାବ ବିନିମୟ କୃଷି ଓ ଆନୁସଙ୍ଗିକ କୃଷି ଅଧିକାରୀ ଙ୍କ ଯୋଗଦାନ ତଥା ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଆୟୋଜକ କୃଷି ବିଭାଗ ତଥା କୃଷି ବିଜ୍ଞାନ କେନ୍ଦ୍ର ସୋନପୁର ବୈଜ୍ଞାନିକ ଙ୍କୁ ସାଧୁବାଦ ଜଣାଇ ଥିଲେ l ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂହ ବରିହା ଅଭିଯାନ ର ଲକ୍ଷ୍ୟ ଉଦେଶ୍ୟ ଜ୍ଞାପନ କରିଥିଲେ l ବ୍ଳକ କୃଷି ଅଧିକାରୀ ଯଶୋବନ୍ତ ପଧାନ, ସହକାରୀ କୃଷି ଉଦ୍ୟାନ ଅଧିକାରୀ ପ୍ରିୟ ଦର୍ଶିନୀ ଝାଙ୍କର , ପ୍ରାଣୀ ଚିକିତ୍ସକ ଡାକ୍ତର ଆକାଶ କୁମାର ସାହୁ , ବି ଟି ଏମ ଜିତେନ୍ଦ୍ର ମେହେର ଯୋଗଦେଇ କୃଷି ଆନୁସଙ୍ଗିକ କୃଷି ଯୋଜନା ସମ୍ପର୍କରେ ଉପସ୍ଥିତ କୃଷିଜୀବୀ ଙ୍କୁ ଅବଗତ କରିଥିଲେ l ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ବିଶ୍ୱରଂଜନ ପଟ୍ଟନାୟକ ଓ ବୈଜ୍ଞାନିକ ଡ ସୁପ୍ରଭା ସେଠି ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, ବିହନ ବିଶୋଧନ, ଯାନ୍ତ୍ରିକରଣ ରେ ଚାଷ, ନୂତନ ବୈଜ୍ଞାନିକ ଜ୍ଞାନ କୌଶଳ ଚାଷ ରେ ଉପଯୋଗ, ପ୍ରାକୃତିକ ଚାଷ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ରିହାତି, ଯୋଜନା ଉପରେ ଆଲୋଚନା ଓ ଚାଷୀ ଙ୍କ ସହ ଭାବ ବିନିମୟ କରି ବହୁଗୁଣିତ ଆୟ ପାଇଁ କୃଷି ଜୀବି ଙ୍କୁ ପ୍ରୋତ୍ସାହିତ କରିଥିଲେ l ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର ସଚେତନତା ସଭା ପରିଚାଳନା କରିଥିବା ବେଳେ କୃଷି ଓଭରସିଅର ଜୟନ୍ତୀ ଦେହୁରୀ , ଗ୍ରାମ୍ୟ କୃଷି କର୍ମଚାରୀ ମନୋଜ ଅମାତ, କମଳ ସାହୁ, କୃଷକ ସାଥୀ ମଧୁ ସୁଦନ ପଧାନ ସହଯୋଗ କରିଥିଲେ I ଉପସ୍ଥିତ ଚାଷୀ ପ୍ରଥମଥର ପାଇଁ କୃଷି ବୈଜ୍ଞାନିକ ଓ ଅଧିକାରୀ ଙ୍କ ଭାବବିନିମୟ କରିଥିବାରୁ ଉତ୍ସାହିତ ହୋଇଥିବା ପାରିଲକ୍ଷିତ ହୋଇଥିଲା l