Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଦ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁ ଙ୍କ ର ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଦ୍ୟ ସକାଳ ୫ ଟା ରେ ମଙ୍ଗଳ ଆଳତୀ , ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା । ତାପରେ ଚତୁର୍ଦ୍ଧା ଦାରୁବିଗ୍ରହ ଙ୍କୁ ରତ୍ନ ସିଂହାସନ ରୁ ଅବତରଣ କରାଯାଇଥିଲା। ତାପରେ ସକାଳ ୮ ଟା ରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ତାପରେ ଶ୍ରୀଜୀଉ ମାନଙ୍କୁ ଧାଡ଼ି ପହଣ୍ଡି ରେ ସ୍ନାନ ବେଦୀ କୁ ବିଜେ କରାଯାଇଥିଲା। ପୂର୍ବରୁ ରୀତି ନୀତି ଅନୁସାରେ ପାହାଡ ପାଦ ଦେଶ ରେ ଥିବା ସୁନା କୂଅ ରୁ ଅଣାଯାଇଥିବା ପବିତ୍ର ଜଳ କୁ ଚନ୍ଦନ, ଅଗୁରୁ, କର୍ପୁର , କେଶର ଆଦି ଦିବ୍ୟ ସୁବାସିତ ପଦାର୍ଥ ଦେଇ ମନ୍ତ୍ରପୂତ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଶ୍ରୀ ବଳଭଦ୍ର ଙ୍କୁ ୩୩, ଶ୍ରୀ ଜଗନ୍ନାଥ ଙ୍କୁ ୩୫, ଦେବୀ ସୁଭଦ୍ରା ଙ୍କୁ ୨୨ ଏବଂ ଶ୍ରୀ ସୁଦର୍ଶନ ଙ୍କୁ ୧୮ ରୂପା ପୂର୍ଣ୍ଣ କୁମ୍ଭ ଜଳ ରେ ମହାସ୍ନାନ କରାଯାଇଥିଲା। ତାପରେ ଶ୍ରୀଜୀଉ ମାନଙ୍କର ଦିବ୍ୟ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଏହି ଦିବ୍ୟ ଦୁର୍ଲଭ ବେଶ କୁ ଭକ୍ତଜନ ଦର୍ଶନ କରିଥିଲେ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ତାପରେ ଶ୍ରୀଜୀଉ ମାନଙ୍କର ଅଣସର ବିଜେ କରାଯାଇଥିଲା । ପ୍ରକାଶ ଥାଉ କି ଆଜି ଠାରୁ ମହାପ୍ରଭୁ ଙ୍କ ଶ୍ରୀମୁଖ ଦର୍ଶନ ନିଷେଧ ଅଛି। କାର୍ଯ୍ୟକ୍ରମ ରେ ସେବାୟତ ସଂଘ ର ସଭାପତି ଶ୍ରୀଯୁକ୍ତ ଗୋପାଲ ପଣ୍ଡା ଙ୍କ ନେତୃତ୍ୱ ରେ ସମସ୍ତ ସେବାୟତ ରୀତି ନୀତି ରେ ସହଯୋଗ କରିଥିଲେ। ପୂଜା କାର୍ଯ୍ୟ ପଣ୍ଡିତ ବିଶ୍ୱେଶ୍ୱର୍ ପାଢ଼ୀ, ଗୁଣାକର ପଣ୍ଡା ସମ୍ପାଦନ କରିଥିବା ବେଳେ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ କର୍ତ୍ତା ଭାବରେ ଗଡତିଆ ଚମରା ଅମାତ୍ କାର୍ଯ୍ୟ ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ର କର୍ମକର୍ତ୍ତା , ସେବାୟତ ସଂଘ, ପାତାଳୀ ସେନା ର ସଦସ୍ୟ ମାନେ ସୂଚାରୁ ରୂପେ ତୁଲାଇଥିଲେ । ଏ ଅବସରରେ ବହୁ ଦୂରଦୂରାନ୍ତରୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ