Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଶ୍ରୀ ଜଗନ୍ନାଥ ମନ୍ଦିର ରେ ସ୍ନାନପୂର୍ଣ୍ଣିମା ଉପଲକ୍ଷେ ସ୍ନାନ ଯାତ୍ରା ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ବଡି ଭୋର୍‌ରୁ ମନ୍ଦିରର ନୀତି କାନ୍ତି ସମ୍ପନ୍ନ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମନ୍ଦିରର ମଙ୍ଗଳ ଆଳତୀ , ସୂର୍ଯ୍ୟ ପୂଜା , ଦ୍ଵାରପାଳ ପୂଜା ପରେ ପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା । ସକାଳ ୭ ଟା’ରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ପରେ ଶ୍ରୀଜୀଉମାନଙ୍କୁ ଧାଡ଼ି ପହଣ୍ଡିରେ ରତ୍ନ ମଣ୍ଡପ ରୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ରୀତିନୀତି ଅନୁସାରେ ମହାପ୍ରଭୁ ଙ୍କ ସ୍ନାନ ପାଇଁ ଅଣା ଯାଇଥିବା ଜଳରେ ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇଥିଲା। ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ଜଳ ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଇଛି । ଏହି ସ୍ନାନ ଯାତ୍ରା ଦେଖିବାକୁ ମନ୍ଦିର ପରିସରରେ ଅସଂଖ୍ୟ ଶ୍ରଦ୍ଧାଳୁ ଙ୍କ ଭିଡ ହୋଇଥିଲା । ମନୋରଞ୍ଜନ ଦାସ ପୂଜା ଓ ହୋମାଦି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବିଶ୍ଵାମିତ୍ର ଚାନ୍ଦ ସହଯୋଗ କରିଥିଲେ । ସ୍ନାନ ପରେ ବ୍ରାହ୍ମଣ ସେବାୟତ ମାନେ ଦାରୁ ବିଗ୍ରହ ମାନଙ୍କୁ ଅଣସର ପିଣ୍ଡି କୁ ଗୋଟି ପହଣ୍ଡିରେ ଆଣିଥିଲେ । ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ରହନ୍ତି ଓ ଜ୍ୱରରେ ପ୍ରପିଡିତ ହୁଅନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ