Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ

ତେଲ ଅଭିଭ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଇରାନ ଉପରେ ବିମାନ ଆକ୍ରମଣ କରିଛି। ଇସ୍ରାଏଲ ଶୁକ୍ରବାର ସକାଳେ ଇରାନର ରାଜଧାନୀ ତେହେରାନ ଉପରେ ଆକ୍ରମଣ କରିଛି। ଫଳରେ ତେହେରାନର ଅନେକ ସ୍ଥାନରୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି।

ଇସ୍ରାଏଲୀ ବାୟୁସେନା କହିଛି ଯେ ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ ଘାଟିକୁ ଟାର୍ଗେଟ କରି କରାଯାଉଛି। ଇସ୍ରାଏଲ ଏହି ଅପରେସନକୁ ‘ନେସନ୍ ଅଫ୍ ଲାୟନ୍ସ’ ନାମ ଦେଇଛି। ତେବେ ଆଇଡିଏଫ୍ ଅନୁସାରେ ଇରାନ ପରମାଣୁ ବୋମା ତିଆରି କରିବା ପାଇଁ ଯଥେଷ୍ଟ ୟୁରାନିୟମ ସଂଗ୍ରହ କରୁଛି। ତେଣୁ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଇରାନର ସମ୍ଭାବ୍ୟ ପ୍ରତିଶୋଧମୂଳକ ଜବାବକୁ ଦୃଷ୍ଟିରେ ରଖି ଆଇଡିଏଫ୍ ସମଗ୍ର ଇସ୍ରାଏଲରେ ସତର୍କୀକରଣ ସାଇରନ୍ ବଜାଇଛି। ତେହେରାନର ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣିଛନ୍ତି ଏବଂ ଏହାର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏପଟେ ଇରାନର ସରକାରୀ ଟେଲିଭିଜନ ବିସ୍ଫୋରଣକୁ ସ୍ପଷ୍ଟ କରିଛି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲ କହିଛି। ଆକ୍ରମଣ ପରେ ଇସ୍ରାଏଲ ଜରୁରୀକାଳୀନ ଘୋଷଣା କରି ଆକାଶମାର୍ଗ ବନ୍ଦ କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ