ବୀରମହାରାଜପୁର : (ସୌମିତ୍ରି ମେହେର):
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦନ୍ତାପାଲି ରେ ଥିବା ନାଇସେଟ୍ କମ୍ପ୍ୟୁଟର ଏକାଡ଼େମୀ, ପରିସର ରେ ଆଜି ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶକ ଅନନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀ ସ୍ଵୟମ୍ଭୁ ନାଥ ଖଣ୍ଡଗିରୀ , ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ପାଢ଼ୀ , ସପ୍ତଦୀପା ସାହିତ୍ୟ ସଂସଦ ,ବୀରମହାରାଜପୁର ର ସଭାପତି ଡ଼ ଦ୍ଵିତୀକୃଷ୍ଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶିକ୍ଷାର୍ଥି ମାନଙ୍କୁ ଓ କେ ସି ଏଲ୍ ପ୍ରଦତ୍ତ ଓ ଏସ୍-ସି ଆଇ ଟି,ଓ ଏସ୍ -ସି ଆଇ ଟି ଏ ,ଓ ଏସ୍ ସି ଆଇ ଟି ଏ ପ୍ଲସ୍ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନ ତରଫରୁ ବୀରମହାରାଜପୁର ମହାବିଦ୍ୟାଳୟ ରେ ଆୟୋଜିତ କୁଇଜ୍ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଆକାଂକ୍ଷା ପ୍ରିୟଦର୍ଶିନୀ ପଣ୍ଡା , ସୃଜନିକା ପଣ୍ଡା , ଅଞ୍ଜଳି ମେଣ୍ଡିଲି , କୁନା ମେହେର , ବିଉଟୀ ସାହୁ , ଝୁନୁ ସାହୁ , ସଞ୍ଜନା ମହାକୁର , ପ୍ରଜ୍ଞା ସ୍ମିତା ପଣ୍ଡା ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ଶିକ୍ଷକ ମଳୟ କୁମାର ଅମାତ ସଂଯୋଜନା କରିଥିବା ବେଳେ ଲକି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନାଇସେଟ କମ୍ପୁଟର ଏକାଡେମୀ ପରିସରରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ
