ବୀରମହାରାଜପୁର ବ୍ଲକ ପକ୍ଷରୁ ବିକାଶ ବାହନ ର ଶୁଭାରମ୍ଭ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପକ୍ଷରୁ ବିକାଶ ବାହନ ର ଶୁଭ ଉଦ୍‌ଘାଟନ ମାନ୍ୟବର ବିଧାୟକ ଇ. ରଘୁନାଥ ଜଗଦଲା ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ I ଏହି ବିକାଶ ବାହନ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ କୁ ଯାଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବ। ଏହି ବାହନ ୮ ଦିନରେ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ ପହଁଚି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ , ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ , ନୂତନ ଭାବେ ଚୟନ ହୋଇଥିବା ଭତ୍ତା ହିତାଧିକାରୀଙ୍କୁ କାର୍ଡ ସହିତ ଭତ୍ତା ଟଙ୍କା ପ୍ରଦାନ , ବ୍ୟାଙ୍କ୍ ସମସ୍ୟାର ସମାଧାନ, ଆଧାର ସମସ୍ୟାର ସମାଧାନ ଓ ନୂତନ ଆଧାର କାର୍ଡ ପ୍ରସ୍ତୁତି ଆଦି ବିଷୟ ରେ ଲୋକଙ୍କ ସମସ୍ୟା ସମାଧାନ କରିବା ଓ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବାକୁ ବିକାଶ ବାହନ କାର୍ଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଏ ବି ଡି ଓ ପୁରୁଷୋତ୍ତମ ଧରୁଆ , ସଂସଦ ପ୍ରତିନିଧି ନଳିନୀ ପଣ୍ଡା , ପୂର୍ବ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ବ୍ଲକ ବିଧାୟକ ପ୍ରତିନିଧି ପଦାର୍ଥ ଜାଗାଦଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକାଶ ବାହନ ର ଶୁଭାରମ୍ଭ କରିଥିଲେ l