ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସସ୍ମିତା ସାମନ୍ତରାୟ ପ୍ରଥମ ଓ ସୁପ୍ରଭା ଦାନୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବ୍ଲକର ସମୁଦାୟ ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ପାରମ୍ପରିକ ଖାଦ୍ୟ ଭାବେ ରସ ବରା , ଛେନା ହାଲୁଆ , ଗୁଡ଼ ପିଠା , କାକରା ପିଠା , ଆରିଶା ପିଠା, ରାଶି ଖଜା , ଛେନା ମଣ୍ଡା, ପୋଡ଼ ପିଠା, ଚାଉଳ ବରା, ଗୁଡ଼ ବରା ଓ ମାଲପୁଆ ଆଦି ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ବାଗବର ମଲେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସସ୍ମିତା ସାମନ୍ତରାୟ ପ୍ରଥମ ଓ ଲାତୁରପେଟ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସୁପ୍ରଭା ଦାନୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକ ଇ . ଶ୍ରୀ ରଘୁନାଥ ଜଗଦଲା ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଶାନ୍ତି ଲୁହା , ସଂସଦ ପ୍ରତିନିଧି ନଳିନୀ ପଣ୍ଡା , ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରି , ପୂର୍ବ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଏ ବି ଡି ଓ ପୁରୁଷୋତ୍ତମ ଧରୁଆ, ଆଇ ସି ଡି ଏସ ପରିଦର୍ଶିକା ମିନତୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା ଦ୍ଵାରା ମହିଳା ମାନଙ୍କୁ ସସକ୍ତ କରି ଆତ୍ମ ନିର୍ଭରଶୀଳ ଓ ରୋଜଗାରକ୍ଷମ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିପିସି ମିଶନଶକ୍ତି ଶାନ୍ତନୁ କୁମାର ମେହେର ଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ବିଚାରକ ଭାବେ ବୀରମହାରାଜପୁର ଡିଗ୍ରୀ କଲେଜ ର ଅଧ୍ୟାପିକା ନିତାରାଣି ପ୍ରଧାନ, ବିଟିଏମ ଜିତେନ୍ଦ୍ର ମେହେର , ଆଇ ସି ଡି ଏସ ପରିଦର୍ଶିକା ମିନତୀ ମିଶ୍ର , ବି ପି ସି ଶାନ୍ତନୁ କୁମାର ମେହେର ଓ ବି ପି ଏମ ରମାକାନ୍ତ ହରିପାଲ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମରେ ବି ପି ଏ ରାଜୁ କୁମାର ଡୁଙ୍ଗ ଡୁଙ୍ଗ, ବ୍ଲକର ସମସ୍ତ ପରିଦର୍ଶିକା , ସମସ୍ତ ଏମ ବି କେ ଯୋଗଦେଇ ଥିଲେ ।
ବୀରମହାରାଜପୁର ବ୍ଲକ ସ୍ତରୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ
