Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନୂତନ ଥାନା ଅଧିକାରୀ ଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ବରିଷ୍ଠ ନାଗରିକ ସଂଗଠନ କର୍ମକର୍ତ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ର ବିଭିନ୍ନ ସମସ୍ୟା ସହିତ
ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ସଂପର୍କିତ ଆଲୋଚନା ପାଇଁ ଶୁକ୍ରବାର ଏକ ପ୍ରତିନିଧି ଦଳ ସ୍ଥାନୀୟ ଥାନାଧିକାରୀ ଗଞ୍ଜୁ ଓରାମ୍‌ଙ୍କ ସହିତ ସାକ୍ଷାତ କରିଥିଲେ ।ସଂଗଠନର ଅନେକ ସଦସ୍ୟ ସଦସ୍ୟା ବର୍ତ୍ତମାନ ସୁଦ୍ଧା ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇ ନାହାନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ପ୍ରମାଣ ପତ୍ର ପ୍ରଦାନ କରିଥାନ୍ତି । ଅନେକ ଦିନ ହେଲା ବୀରମହାରାଜପୁର ଥାନାଧିକାରୀ ଙ୍କ ମାଧ୍ୟମରେ ସଦସ୍ୟ ସଦସ୍ୟା ମାନଙ୍କର ଆବେଦନ ଫର୍ମ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏ ସଂପର୍କରେ ଆଲୋଚନା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀଯୁକ୍ତ ଓରାମ ବ୍ୟକ୍ତ କରିଥିଲେ । ପୁନଶ୍ଚ ବରିଷ୍ଠ ନାଗରିକ ମାନଙ୍କ ର ସାମାଜିକ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଆଲୋଚନା ହୋଇଥିଲା । ପ୍ରତିନିଧି ଦଳରେ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢୀ , ଉପ ସଭାପତି ସୌମିତ୍ରି ମେହେର , ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ , ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର , ବଳରାମ କାଣ୍ଡ , ନାରାୟଣ ପ୍ରସାଦ ନାୟକ , ବାସୁଦେବ ପଣ୍ଡା , ଡ.ଦ୍ବିତୀକୃଷ୍ଣ ପଣ୍ଡା , ଭୀମସେନ ବାରିକ , ସୁରୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ