Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ଵ ବରିଷ୍ଠ ହତାଦର ସଚେତନତା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଜି ଦିନ ୧୦ ଘଣ୍ଟା ସମୟରେ ବିଶ୍ଵ ବରିଷ୍ଠ ହତାଦର ସଚେତନତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ହେମନ୍ତ କୁମାର ରାଓ, ଉପଖଣ୍ଡ ପୋଲିସ ଅଧିକାରୀ , ବୀରମହାରାଜପୁର , ମୁଖ୍ୟବକ୍ତା ଭାବରେ ଦୀନବନ୍ଧୁ ମେହେର , ପ୍ରାକ୍ତନ ଅଧ୍ୟକ୍ଷ, ବୀରମହାରାଜପୁର ମହାବିଦ୍ୟାଳୟ , ଯୋଗ ଦେଇଥିଲେ। ଅନୁଷ୍ଠାନ ର କୋଷାଧ୍ୟକ୍ଷ ଦୟାନିଧି ହୋତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଗତ ଜୁନ ୧୨ ତାରିଖରେ ଅହମଦାବାଦ ଠାରୁ ଲଣ୍ଡନ୍ ଗାମୀ ଏଆର୍ ଇଣ୍ଡିଆ ର ବିମାନ୍ ଏ ଆର୍ ୧୭୧ ଉଡାଣ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୨୩୦ ଜଣ ଯାତ୍ରୀ , ୧୦ ଜଣ କ୍ର୍ୟୁ ମେମ୍ବର ଏବଂ ୨ଜଣ ପାଇଲଟ୍ ଆରୋହୀ ଥିଲେ ।ଏଥିରୁ ପାଇଲଟ ଓ ବିମାନ କର୍ମଚାରୀ ଙ୍କ ସମେତ ୨୪୧ ଜଣଙ୍କ ମୃତ୍ୟୁ ଙ୍କ ମୃତ୍ୟୁ ହୋଇଥିଲା I ବି ଜେ ମେଡିକାଲ କଲେଜ ହଷ୍ଟେଲରେ ପଡିବାରୁ ସଂଖ୍ୟାଧିକ ମେଡିକାଲ ଛାତ୍ର ମାନେ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ସମସ୍ତଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ବୈଠକର ପ୍ରାରମ୍ଭରେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା। ବୈଠକ ପୂର୍ବରୁ ସଂଗଠନର ସଦସ୍ୟ ମାନଙ୍କ ଦ୍ଵାରା ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମାଜରେ ବରିଷ୍ଠ ମାନଙ୍କୁ କରା ଯାଉଥିବା ଅବହେଳା ଏବଂ ଏହାର ସମାଧାନ ସଂପର୍କରେ ଆଲୋଚନା ହୋଇଥିଲା । ବରିଷ୍ଠ ମାନେ ହିଁ ସମାଜ ର ପଥ ପ୍ରଦର୍ଶକ,ତେଣୁ ସର୍ବଦା ସେମାନଙ୍କ ଉପଦେଶ ଗ୍ରହଣୀୟ ବୋଲି ମତ ପ୍ରକାଶ ପାଇଥିଲା। ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ସଭାପତି ତଥା ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଢୀ , ଉପ ସଭାପତି ସୌମିତ୍ରି ମେହେର , ସଂପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ, ବାସୁଦେବ ପଣ୍ଡା , ସୁରୁ ସାହୁ , ଗୋପୀନାଥ ମହାକୁର , ବଳରାମ କାଣ୍ଡ , ଚମରା ମହାକୁର , ଜ୍ଞାନେନ୍ଦ୍ର ତ୍ରିପାଠୀ , ଦିଲ୍ଲୀପ ତ୍ରିପାଠୀ , ଦିଲ୍ଲୀପ ମିଶ୍ର , ବାସୁଦେବ ରଥ , ନାରାୟଣ ପ୍ରସାଦ ନାୟକ , ଜୟଦେବ ସାହୁ , ଅକ୍ରୂର ଦନ୍ତା , ନିତ୍ୟାନନ୍ଦ ତ୍ରିପାଠୀ , ଭୀମସେନ ବାରିକ , ନରେନ୍ଦ୍ର ମହାନନ୍ଦ, ଇନ୍ଦ୍ରଜିତ ପରୁଆ , ତ୍ରିନାଥ ମିଶ୍ର , ସୂର୍ଯ୍ୟ ପାଣିଗ୍ରାହୀ , ଶିବ ରମଣ ପଣ୍ଡା , ଯୁଗଳ ମିଶ୍ର , ରତ୍ନାକର ମହାକୁର , ରବି ନାରାୟଣ ବେହେରା , ଜୀତେନ୍ଦ୍ର କୁମାର ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ