ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ପେନକକ ସିଲଟ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି l ମର୍ସଲ ଆର୍ଟ ଶିକ୍ଷା କୁ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମ ରକ୍ଷା ତାଲିମ ଦେବା ସହ ରାଜ୍ୟ ଏବଂ ଜାତୀୟ ସ୍ତରରେ ଆଗାମୀ ଦିନରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ତାଲିମ ଶିବିର ର ମୂଳଲକ୍ଷ l ତାଲିମ ଗ୍ରହଣ ପରେ ରାଜ୍ୟ ପାଇଁ ଗୌରବ ଆଣି ପାରିବେ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରକାଶ କରିଥିଲେ l ବୀରମହାରାଜପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ , ଶିକ୍ଷାବିତ ଗିରିଜା ଶଙ୍କର ପଣ୍ଡା ପ୍ରମୁଖ ଅନ୍ୟ ତମ ଅତିଥିଭାବେ ଯୋଗଦେଇ ଥିଲେ I ସଙ୍ଘ ର ସଭାପତି ନୀଳମ୍ବର ହୋତା , ସମ୍ପାଦକ କୃତିବାସ ଶତପଥି , ଉପସଭାପତି ତ୍ରିନାଥ ସାହୁ , କୋଷାଧକ୍ଷ ଚିନ୍ମୟ ସାହୁ , ଦୁର୍ଯ୍ୟୋଧନ ମେହେର ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ l ଗୁରୁ ପ୍ରେମ ସିଂ ଥପା ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଦୁଇଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ୩0ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ l
ବୀରମହାରାଜପୁର କଲ୍ଯାଣ ମଣ୍ଡପ ରେ ଜିଲ୍ଲା ସ୍ତରୀୟ ପ୍ରଥମ ପେନକକ ସିଲଟ ତାଲିମ ଶିବିର ଉଦଘାଟିତ
