ବୀରମହାରାଜପୁର : (ସୌମିତ୍ରି ମେହେର)
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ଆଜି ଦିନ ୧୦ ଘଣ୍ଟା ସମୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ଯକ୍ରମରେ ଉପ ସଭାପତି ସୌମିତ୍ରି ମେହେର , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ବରିଷ୍ଠ ସଦସ୍ୟ ନାରାୟଣ ପ୍ରସାଦ ନାୟକ ଏବଂ ଜୀତେନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ । ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମେହେର କହିଲେ ଯେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ , ମନ ତଥା ଶୁଖି ଜୀବନ ଯାପନ ପାଇଁ ଦୈନିକ କିଛି ନା କିଛି ଶାରୀରିକ ପରିଶ୍ରମର ଆବଶ୍ୟକତା ରହିଛି l କିଛି ସମୟ ସକାଳ ସନ୍ଧ୍ୟାରେ ଚାଲିବା କଥା, ସମ୍ଭବ ହେଲେ ସାଇକେଲ ଚଳାଇବା, ବଗିଚା କାମ କରିବା , ନ ହେଲେ ତଳେ ବା ଚୌକି ଉପରେ ବସି ବିଭିନ୍ନ ଯୋଗ ତଥା ବ୍ୟାୟମ ହାତଗୋଡ ହଲାଇ କରିଲେ ବ୍ଲଡ୍ ପ୍ରେସର , ସୁଗର, ହାଟ ଆଦି ବିଭିନ୍ନ ରୋଗ ନିୟନ୍ତ୍ରଣ ରହିଥାଏ l ତା ସଙ୍ଗେ ସନ୍ତୁଳିତ ଖାଦ୍ୟ ସହିତ ଠିକ ସମୟରେ ଖାଇବା ଏବଂ ଶୋଇବା ର ମଧ୍ୟ ଆବଶ୍ୟକତା ରହିଥିବା ପ୍ରଶିକ୍ଷଣ ଶିବିର ରେ ମତବ୍ୟକ୍ତ କରିଥିଲେ I ଦୈନିକ ଚାରି ରୁ ପାଞ୍ଚ-ଛଅ କି.ମି. ସାଇକେଲ ଚଳାଉ ଥିବା ଯୋଗୁଁ ସେ ଅଶୀ ରୁ ଉର୍ଦ୍ଧ୍ବ ବର୍ଷ ବୟସରେ ମଧ୍ୟ ଫିଟ୍ ରହିଥିବା ପ୍ରକାଶ କରିଛନ୍ତି ବରିଷ୍ଠ ସଦସ୍ୟ ଶ୍ରୀ ନାଏକ l ଶ୍ରୀ ରଥ ଯୋଗର ମହତ୍ତ୍ଵ ସଂପର୍କରେ ବର୍ଣ୍ଣନା କରି କହିଲେ ଯେ ଯୋଗ ଏକ ଜୀବନ ଦର୍ଶନ ,ଏହା ଶରୀର , ମନ , ହୃଦୟ, ଚିନ୍ତା , ଚେତନା ଓ ଆଧ୍ୟାତ୍ମିକତାକକୁ ପ୍ରଭାବିତ କରିଥାଏ । ଯୋଗ ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ଓ ସଦାଚାର ସୃଷ୍ଟି କରେ। ତେଣୁ ପ୍ରତିଦିନ ଯୋଗାଭ୍ୟାସ କରିବା ସହିତ ଆସନ୍ତା ଜୁନ୍ ୨୧ ତାରିଖ ରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ବରିଷ୍ଠ ସଦସ୍ୟ ବଳରାମ କାଣ୍ଡ ସ୍ବାଗତ କରିଥିଲେ । ବାସୁଦେବ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ତ୍ରିନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗାଚାର୍ଯ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସାଧାରଣ ଯୋଗ ଅଭ୍ୟାସ କ୍ରମରେ ଶିଥିଳିକରଣ ଅଭ୍ୟାସ , ଯୋଗାସନ , ପ୍ରାଣାୟମ ଆଦି ଶିକ୍ଷା ପ୍ରଦାନ ସହିତ ଏହାର ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ
