Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଶାନ୍ତ ସିଂହ ରାଜପୁତ ଏବଂ ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବ ଫିଲ୍ମ

ମୁମ୍ବାଇ: ୧୪ ଜୁନ ୨୦୨୦ ରେ ସୁଶାନ୍ତ ସିଂହ ରାଜପୁତ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏହା ଭିତରେ ସୁଶାନ୍ତଙ୍କ ମୃତ୍ୟୁକୁ ୫ ବର୍ଷ ବିତିଗଲାଣି। ଏହି ଅବସରରେ ନିର୍ଦ୍ଦେଶକ ରୁମି ଜାଫରୀ ସୁଶାନ୍ତ ସିଂହ ରାଜପୁତ ଏବଂ ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀକୁ ନେଇ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।

ରୁମି ଏକ ସାକ୍ଷାତକାର ରେ କହିଛନ୍ତି ଯେ ସେ ସୁଶାନ୍ତଙ୍କୁ ତାଙ୍କର ପାଖରେ  ଅନୁଭବ କରିପାରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ସେ ତାଙ୍କ ସହ ଯେତିକି ମିଶିଛନ୍ତି ସେତିକି ରୁ ସେ ଜାଣି ପାରିଛନ୍ତି ଯେ ସୁଶାନ୍ତ ଏକ ଖୁସି ମିଜାଜ୍ ର ମଣିଷ ଥିଲେ ଓ ସେ ତାଙ୍କ ଆଖପାଖ ପରିବେଶକୁ ମଧ୍ୟ ଉତ୍ସାହପୂର୍ଣ୍ଣ କରି ରଖୁଥିଲେ। ସେ ଗୋଟେ ମିନିଟ ମଧ୍ୟ ସ୍ଥିର ହୋଇ ବସୁନଥିଲେ।

ସେ ତାଙ୍କ ପ୍ରେମିକା ରିଆଙ୍କ ବିଷୟରେ ମଧ୍ୟ କହିଥିଲେ ଯେ ସୁଶାନ୍ତ ଏବଂ ରିୟା ଏକା ସାଙ୍ଗରେ ରହୁଥିଲେ ଓ ସୁଶାନ୍ତ ରିୟାଙ୍କୁ ତାଙ୍କ ଜୀବନଠୁ ଅଧିକ ଭଲ ପାଉଥିବା ମଧ୍ୟ ରୁମି କହିଥିଲେ। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କ ଭୂମିକା ପାଇଁ  ବେଦାଙ୍ଗ ରୈନାଙ୍କୁ କାଷ୍ଟ କରିବାକୁ ଯୋଜନା କରାଯାଉଥିବା ବେଳେ ରିୟା ଙ୍କ ଚରିତ୍ର ପାଇଁ ଏବେ ପର୍ଯ୍ୟନ୍ତ କୌଣସି ନାମ ଘୋଷଣା କରାଯାଇନାହିଁ।
ତେବେ ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପାଇଁ ରିଆ ଚକ୍ରବର୍ତ୍ତୀ ଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ କରାଯାଇଥିଲା ଏବଂ ଏହି  ଅଭିଯୋଗରେ ରିଆ ପ୍ରାୟ ଗୋଟିଏ ମାସ ଜେଲରେ ମଧ୍ୟ ରହିଥିଲେ। ଶେଷରେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନମିଳିବାରୁ ତାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ