ଯୁବ ସମାଜସେବୀଙ୍କ ପରଲୋକ


ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଲକ୍ ଗୋବରା ଗ୍ରାମର ଜଣାଶୁଣା ଯୁବ ସମାଜସେବୀ ମନୋଜ କୁମାର ରାଉତ(47)ଙ୍କ ପରଲୋକ ଘଟିଛି I ମନୋଜ କିଛି ଦିନ ହେବ ବୃକକ୍ ଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ମୃତ୍ୟୁ ବରଣ କରିଛନ୍ତି I ମନୋଜ ଜଣେ ସମାଜ ସେବୀ,ଉତ୍ତମ କଳାକାର ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସମସ୍ତ ଗ୍ରାମବାସୀଙ୍କ ନିକଟରେ ପ୍ରିୟପାତ୍ର ହୋଇପାରିଥିଲେ I ଏହା ସହିତ ସେ ଗ୍ରାମର ଯାତ୍ରା କମିଟି ସଦସ୍ୟ, ଆଳିୟ ସମାଜର କର୍ମକର୍ତ୍ତା ଏବଂ ଗ୍ରାମର ବିଭିନ୍ନ ପଦପଦବୀରେ ନିଜର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ I ଆଜି ମନୋଜଙ୍କ ମୃତ୍ୟୁରେ ସମଗ୍ର ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି I ମନୋଜଙ୍କ ଅନ୍ତିମ ଯାତ୍ରା ସମୟରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସମିତିସଭ୍ୟ ବିଭୁପାଦ ଜେନା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମାଜସେବୀ ସରୋଜ ସ୍ୱାଇଁ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ I ମନୋଜଙ୍କ ପୁଅ ବାଦଲ ବାପାଙ୍କୁ ମୁଖାଗ୍ନି ଦେଇଥିଲେ I