ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ
କଲ୍ୟାଣ ମଣ୍ଡପ ଠାରେ ଆଜି ସକାଳ ୬-୩୦ ମି ସମୟରେ ବୀରମହାରାଜପୁର ବ୍ଲକ୍ ସ୍ତରୀୟ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମୁଖ୍ୟ ଅତିଥି , ସ୍ଥାନୀୟ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଡ ପ୍ରଫୁଲ୍ଲ ରଥ ସମ୍ମାନିତ ଅତିଥି , ନିତ୍ୟ ଯୋଗ କେନ୍ଦ୍ର , ବୀରମହାରାଜପୁର ର ସଭାପତି ସନ୍ନ୍ୟାସୀ ଶତପଥୀ ଅନ୍ୟତମ ସମ୍ମାନିତ ଅତିଥି , ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ନିମନ୍ତ୍ରିତ ଅତିଥି ତଥା ଡ ଦ୍ବିତୀକୃଷ୍ଣ ପଣ୍ଡା ଯୋଗାଚାର୍ଯ୍ୟ ଭାବରେ ମଞ୍ଚାସୀନ ଥିଲେ । ଯୋଗର ମହତ୍ତ୍ଵ ସଂପର୍କରେ ବର୍ଣ୍ଣନା କରି ଅତିଥି ମାନେ କହିଲେ ଯେ ଯୋଗ ଏକ ଜୀବନ ଦର୍ଶନ,ଏହା ଶରୀର , ମନ , ହୃଦୟ , ଚିନ୍ତା , ଚେତନା ଓ ଆଧ୍ୟାତ୍ମିକତାକକୁ ପ୍ରଭାବିତ କରିଥାଏ । ଯୋଗ ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ଓ ସଦାଚାର ସୃଷ୍ଟି କରେ। ତେଣୁ ପ୍ରତିଦିନ ଯୋଗାଭ୍ୟାସ କରିବା ସମସ୍ତଙ୍କର ସଂକଳ୍ପ ହେବା ଉଚିତ୍ । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସ୍ବାଗତ ସହିତ ସଭା ସଂଯୋଜନା କରିଥିଲେ । ପରେ ପରେ ଶ୍ରୀ ପଣ୍ଡା ଯୋଗ ପ୍ରୋଟୋକଲ ମତେ ଶିଥିଳିକରଣ ଅଭ୍ୟାସ , ଯୋଗାସନ , ପ୍ରାଣାୟମ ଆଦି ଶିକ୍ଷା ପ୍ରଦାନ ସହିତ ଏହାର ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ପତ୍ରକରେ ଦର୍ଶିତ ମତେ ଶପଥପାଠ କରାଇ ଥିଲେ । ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ , ବରିଷ୍ଠ ନାଗରିକ , ଅଫିସ କର୍ମଚାରୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ।
ବୀରମହାରାଜପୁର କଲ୍ୟାଣ ମଣ୍ଡପ ରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ
