ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତ ରେ ଆଜି ଦିନ ୧୦ ଘଣ୍ଟା ସମୟରେ ଗ୍ରା.ପ.ର ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ମୀତାଞ୍ଜଳି ରଥ ସ୍ବାଗତ କରିଥିବା ବେଳେ ଡକ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଇ ସଚେତନତା ସୃଷ୍ଟି କରିବା ଏହି ବିକାଶ ବାହନ ଯାତ୍ରା ର ଲକ୍ଷ । ଏଥିଲେ ବିଧାୟକଙ୍କ ଦ୍ବାରା ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ , ପ୍ରଧାନମନ୍ତ୍ରୀ ବୟୋ ବନ୍ଦନାର କାର୍ଡ ବଣ୍ଟନ କରା ଯାଇଥିଲା। ଶେଷରେ ଜଗଦୀଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଉଫୁଳା ଗ୍ରାମ ପଞ୍ଚାୟତ ରେ ବିକାଶ ବାହାନ ଯାତ୍ରା ଅନୁଷ୍ଠିତ
