ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଥପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନାଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଜଳଦେବ ବେରିହା ଯୋଗାଭ୍ୟାସ କରାଇଥିବା ବେଳେ ନରେନ୍ଦ୍ର ବାରିକ ପରିଚାଳନା କରିଥିଲେ । କ୍ରିଡ଼ା ଶିକ୍ଷୟିତ୍ରୀ ଶାନ୍ତା ସମତା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ହେମନ୍ତ ନାରାୟଣ ସିଂହଦେଓ ଯୋଗର ସଂକଳ୍ପ ପାଠ କରାଇଥିଲେ ଓ ଶେଷରେ ପ୍ରଦ୍ୟୁମ୍ନ କୁମାର ଦୀପ୍ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଟିଠିପାଲି ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଯୋଗ ଶିକ୍ଷା ପ୍ରଦାନ କରିଥିଲେ।