Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଉଛି। ଯୋଗ ଦ୍ୱାରା ଜଣେ ନିଜକୁ ସୁସ୍ଥ ରଖିବାରେ ସକ୍ଷମ ହୋଇପାରିବ ବୋଲି ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ। ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଅଧ୍ୟକ୍ଷତା କରିଥିଲେ।ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଯୋଗ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କର ମାନସିକ ସନ୍ତୁଳନ ବଜାୟ ରଖିବାରେ ଏକାନ୍ତ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ଜୁନିଅର ରେଡ କ୍ରସ ପରାମର୍ଶଦାତା ଜୀବର୍ଦ୍ଧନ ରଣା ଯୋଗ ଶିବିରରେ ଯୋଗ ଦେଇ ବିଭିନ୍ନ ଆସନ, ପ୍ରାଣାୟାମ ଶିକ୍ଷା ଦେଇଥିଲେ. ସହକାରୀ ଶିକ୍ଷକ ଜଗଦିଶ ପଧାନ, ପ୍ରମୋଦ କୁମାର ପାତ୍ର, ମୀନକେତନ ରଣା, କର୍ମଚାରୀ ସତ୍ୟ ନାରାୟଣ ରାଜହଂସ, ସି୍ଧେଶ୍ୱର ମେଣ୍ଡିଲି, ସରୋଜ କୁମାର ଭୁକ୍ତା ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ସେହିପରି ରଘୁନାଥ ଉଚ୍ଚ ବିଦ୍ୟାଳୟ ମୁର୍ଷୁଣ୍ଢୀ ହାଇସ୍କୁଲ ରେ ମଧ୍ୟ୍ୟ ୧୧ତମ ଆନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀ ଙ୍କ ସଭପତିତ୍ୱରେ ଯୋଗ ଦିବସ ପାଳନ ହୋଇଥିବା ବେଳେ ଏହାକୁ ଖେଳ ଶିକ୍ଷକ ଶ୍ରୀକାନ୍ତ ନାଏକ ଓ ସହକାରୀ ଶିକ୍ଷକ ନୀଳାମ୍ବର ମେହେର ପରିଚାଳନା ଓ ଦିଗଦର୍ଶନ ଦେଇଥିଲେ ଯୋଗ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଏହି ଅବସରରେ ବିଦ୍ୟାଳୟ ରେ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ